ସାମ୍ବାଦିକ ସଂଘର ୩ୟ ସ୍ୱନକ୍ଷତ୍ର ଦିବସ ପାଳିତ

6

ଓଡ଼ଗାଁ,୧୨।୭ (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ସାମ୍ବାଦିକ ସଙ୍ଘ ଓଡ଼ଗାଁର ୩ୟ ସ୍ବନକ୍ଷତ୍ର ଦିବସ ଓଡ଼ଗାଁ ବ୍ଳକ ଅନ୍ତର୍ଗତ ପନ୍ତୀଖାରି ପଞ୍ଚାୟତ ବିଜେ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ଗାଁ ତହସିଲଦାର ଏବଂ ମୁଖ୍ୟ ବକ୍ତାରୂପେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ। ପ୍ରଶାସନ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ଓଡ଼ଗାଁ ସାମ୍ବାଦିକ ସଙ୍ଘ ସେତୁବନ୍ଧ ସଦୃଶ । ସାଧାରଣ ଲୋକଙ୍କ ପାଖରେ ରାଜ୍ୟସରକାରଙ୍କର ଜନମଙ୍ଗଳକାରୀ ଯୋଜନାଗୁଡିକ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ସଂଘର ଏକତା ବଜାୟ ରହିଲେ ଗୋଟିଏ ପକ୍ଷରେ ପ୍ରଶାସନ ଅନ୍ୟପକ୍ଷରେ ସାଧାରଣ ଜନତା ଲାଭବାନ ହୋଇପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ନିରପେକ୍ଷ ଖବର ପ୍ରକାଶ କରି ପ୍ରଶାସନ ଏବଂ ଜନତାଙ୍କୁ ଦିଗଦର୍ଶନ ଦେଲେ ଅନେକାଂଶରେ ବହୁ ସମସ୍ୟାର ସମାଧାନ ହୋଇପାରିବ। ଏହାର ଶ୍ରେୟ ସାଧାରଣ ଜନତା ପାଇବେ। ଆଜିର କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର, କାର୍ଯ୍ୟକାରୀ ସଦସ୍ଯ ଫକୀର ମୋହନ ମହାରଣା, ନାରାଯଣ ପାଣିଗ୍ରାହୀ, ଜୟ ନାରାଯଣ ସାହୁ, ଅର୍ଜୁନ ସାହୁ ଉପସ୍ଥିତ ରହିଥିଲେ। ଶେଷରେ ସମ୍ପାଦକ ଗଣେଶ୍ବର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ

Leave A Reply

Your email address will not be published.