ବିଜେପୁର ରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

6

ପଦ୍ମପୁର :- ବରଗଡ ଜିଲ୍ଲା ବିଜେପୁର ଏସ.ଏଚ୍.ଜି ଭବନ ଠାରେ ଭାରତୀୟ ଜନତା ପାର୍ଟୀ ତରଫରୁ ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ବୈଠକ ରେ ବିଜେପୁର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ, ମଣ୍ଡଳ ସଭାପତି ଯୋଗେନ୍ଦ୍ର ପଧାନ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ। ଆସନ୍ତା ୧୭ ତାରିଖ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ୧୦୦ ୟୁନିଟ୍ ରୁ ଉର୍ଦ୍ଧ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.