ବରଗଡ଼:- ସ୍ଥାନୀୟ ବୟନ ଶିଳ୍ପ ସମ୍ମିଳନୀ କକ୍ଷ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦ୍ଵାରା ଜିଲ୍ଲାସ୍ତରୀୟ ଶିଶୁ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ କର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଲେ ୟୁନିସେଫ୍ ରାଜ୍ୟସ୍ତରୀୟ ପରମର୍ଶଦାତା, ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ସାମନ୍ତରାୟ, ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ତଥା ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।ୟୁନିସେଫ୍ ରାଜ୍ୟସ୍ତରୀୟ ପରମର୍ଶଦାତା, ଶ୍ରୀ ସାମନ୍ତରାୟ ଶିଶୁର ଅଭିବୃଦ୍ଧି ନିରୀକ୍ଷଣ (ଆନ୍ଥ୍ରୋପୋମାଟ୍ରିକ- ଶରୀରର ମାପ) ସମ୍ପର୍କରେ ଉପସ୍ତିତବ ଥିବା ସମସ୍ତ ସୁପରଭାଇଜରଙ୍କ ସହିତ ଆଲୋଚନା କରିବା ସହିତ ଶିଶୁ ମା’ ଗର୍ଭରେ ଥିବା ବେଳେ ମା’ କୁ ଉପଯୁକ୍ତ ଖାଦ୍ୟ ଓ ଶିଶୁ ଜନ୍ମ ହେବାର ଏକ ଘଣ୍ଟା ମଧ୍ୟରେ ମା’ କ୍ଷୀର ଦେବା ପାଇଁ ପରାମର୍ଶ ଦେଇଥିଲେ । ଅଙ୍ଗନ ୱାଡ଼ି କର୍ମୀମାନେ ପ୍ରତ୍ୟେକ ମାସର ୧ ତାରିଖରୁ ୭ ତାରିଖ ମଧ୍ୟରେ ଶିଶୁର ଓଜନ ମାପ କରି ଶିଶୁର ମାତା ପିତାଙ୍କୁ ଜଣାଇବେ ତଥା ବୟସ ଅନୁଯାୟୀ ଓଜନ କିପରି ବଢିବ, ସେଥିପାଇଁ ଉପଯୁକ୍ତ ଖାଦ୍ୟ ତାଲିକା ବିଷୟରେ ସେମାନଙ୍କୁ ଅବଗତ କରାଇବେ ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀମତୀ ସାବିତ୍ରୀ କୁମୁରା ଅଭିବ୍ୟକ୍ତ ପ୍ରକାଶ କରିଥିଲେ । ପରିଶେଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀମତୀ କୁମୁରା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.