ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବର୍ଷ ଗଜପତି ଜିଲ୍ଲାର ସମସ୍ତ ରଥଯାତ୍ରା ସ୍ଥାନରେ ଅସ୍ଥାୟୀ ଚାରା ବଣ୍ଟନ କେନ୍ଦ୍ରମାନ ଖୋଲାଯାଇଛି। ଅସ୍ଥାୟୀ ଚାରା ବଣ୍ଟନ କେନ୍ଦ୍ରରେ ବିଭିନ୍ନ ପ୍ରକାରର ଚାରା ଯଥା ଅଁଳା , ବେଲ , କରଞ୍ଜ , କଦମ୍ବ , ନିମ , ଜାମୁ , ତେନ୍ତୁଳି , ଆମ୍ବ , ପିଜୁଳି , ପଣସ , ଶାଗୁଆନ ଇତ୍ୟାଦି ଉପଲବ୍ଧ।
ଏହି ସମସ୍ତ ଚାରା ବଣ୍ଟନ କେନ୍ଦ୍ରରେ ପ୍ରତ୍ୟେକ ବ୍ୟକ୍ତି ନିଜର ପରିଚୟ ପତ୍ର ଦେଖାଇ ପ୍ରତ୍ୟେକ ଚାରା କୁ ଏକ ଟଙ୍କା ମୂଲ୍ୟ ଦେଇ ସର୍ବାଧିକ ୫ ଗୋଟି ଚାରା ସହରାଞ୍ଚଳ ଓ ୧୦ ଗୋଟି ଚାରା ଗ୍ରାମାଞ୍ଚଳ ନିମନ୍ତେ ଦେବା ପାଇଁ ଧାର୍ଯ୍ୟ କରା ଯାଇଛି।
ଚଳିତ ବର୍ଷ ପାରଳାଖେମୁଣ୍ଡି , ଗଣ୍ଡାହାତି , ଗାରାବନ୍ଧ , ମୋହନା ସମେତ ପ୍ରତ୍ୟେକ ରଥଯାତ୍ରା ରେ ଅସ୍ଥାୟୀ ଚାରା ବଣ୍ଟନ କେନ୍ଦ୍ର ଖୋଲାଯାଇଛି। ଏହି ବର୍ଷ ମୋଟ ୫,୯୦,୦୦୦ ଚାରା ବଣ୍ଟନ ନିମନ୍ତେ ପ୍ରସ୍ତୁତ କରି ଘର କୁ ଘର ମଧ୍ୟ ବଣ୍ଟନ କରାଯାଉଛି। ଗୋଟିଏ ଗଛ ମାଆ ଙ୍କ ନାମରେ ଲଗାଇ ଗଜପତି ଜିଲ୍ଲାର ପରିବେଶ ସବୁଜିମାରେ ଭରିବା ପାଇଁ ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦ ସମସ୍ତଙ୍କୁ ନିବେଦନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.