ଜଗତସିଂହପୁର,ତା-୦୯.୦୭.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ କାଦୁଅପଡା ପଞ୍ଚାୟତର ଖୋରତ ଗ୍ରାମରେ ୬ଷ୍ଠ ବାର୍ଷିକ ଶ୍ରୀଜଗନ୍ନାଥ ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଶ୍ରୀଜଗନ୍ନାଥ ଫାଉଣ୍ଡେସନ୍ ଟ୍ରଷ୍ଟ,ଖୋରତ ଆନୁକୁଲ୍ୟରେ ଆୟୋଜିତ ଏହି ମହୋତ୍ସବକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ରବିନ୍ଦ୍ରନାଥ ମିଶ୍ର ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋକପାତ କରିଥିଲେ । ବିଶିଷ୍ଟ ସାହିତ୍ୟିକ ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ପଣ୍ଡିତ୍ ସୁରେନ୍ଦ୍ର ନାଥ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀଜଗନ୍ନାଥ ତତ୍ତ୍ଵ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ବାବା ଚିଦାନନ୍ଦ ପର୍ବତ ଯୋଗ ଦେଇଥିଲେ । ମହୋତ୍ସବ କମିଟିର ସଭାପତି ଶିକ୍ଷକ ଅଶୋକ କୁମାର ମୁଦୁଲି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । କମିଟିର ସଂପାଦକ ଶିକ୍ଷାବିତ୍ ଶିଶିର କୁମାର ତ୍ରିପାଠୀ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀଜଗନ୍ନାଥ ମହୋତ୍ସବର ମୁଖପତ୍ର “ଦିଗଦର୍ଶନ”କୁ ଅତିଥିମାନେ ଲୋକାର୍ପଣ କରିଥିଲେ । ଆଜିର ମଞ୍ଚରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଆଇନଜିବୀ ନରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ଅଞ୍ଚଳଵାସୀଙ୍କ ଅକୁଣ୍ଠ ସହଯୋଗରେ ଆୟୋଜିତ ହେଉଥିବା ଏହି ମହୋତ୍ସବ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟିର ସଭାପତି ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.