ଶ୍ରୀପୟର ଧୂଳି କୋଟି ତୀର୍ଥ ବଳି କେଉଁ ତୀର୍ଥ ଯିବି ମୁହିଁ, ସେଇ ଧୂଳି ଅଙ୍ଗେ ନିଇତି ବୋଳୁଛି ଲଭିବି ବୈକୁଣ୍ଠ ଭୁଇଁ

5
  •  ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ

  •  ସୂଚିତ କରୁଛି ଧର୍ମ-ଅର୍ଥ-କାମ-ମୋକ୍ଷର ପରିଚାୟକ ଚତୁଃଦ୍ୱାର ଏବଂ ବୈକୁଣ୍ଠ ପ୍ରାପ୍ତିର ପଞ୍ଚତୀର୍ଥ

  •  ଶ୍ରୀଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମର ବାର୍ତ୍ତାବହ ପୁରୀର ମଠ

ପୁରୀ/ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଓଡିଆ ଅସ୍ମିତାର ସଂପର୍କ ନିବିଡା ଯେପରି ବିଶ୍ୱବାସୀଙ୍କ ହୃଦୟରେ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସ୍ୱତନ୍ତ୍ର, ସେହିପରି ଶ୍ରୀଜଗନ୍ନାଥ ସଂସ୍କୃତି ମଧ୍ୟରେ ଓଡିଆ ଅସ୍ମିତାର ସ୍ଥାନ ମଧ୍ୟ ସ୍ୱତନ୍ତ୍ରା ଶ୍ରୀଜଗନ୍ନାଥଙ୍କ ସମସ୍ତ ରୀତିନୀତିରେ ଦେଖିବାକୁ ମିଳେ ଓଡିଆ ଅସ୍ମିତାର ଝଲକା ଏହାକୁ ବିଶ୍ୱଦରବାରରେ ପରିଚିତ କରାଇବା ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ପରିସରରେ ଗତ ୬ ତାରିଖ ଠାରୁ ଆୟୋଜିତ ହେଉଛି ଫଟୋଚିତ୍ର ପ୍ରଦର୍ଶନୀା ଯେଉଁଥିରେ ଅତି ସୁଦୃଶ୍ୟ ଭାବରେ ସ୍ଥାନିତ ହୋଇଛି ପ୍ରାଚୀନ ଓ ନୂତନ ବଡଦାଣ୍ଡର ଫଟୋା ସେଗୁଡିକୁ ନିଜନିଜ ମୋବାଇଲ ଫୋନ ଓ କ୍ୟାମେରାରେ ସାଇତି ରଖିବାର ପ୍ରୟାସ କରୁଛନ୍ତି ପ୍ରଦର୍ଶନୀ ମଣ୍ଡପକୁ ଆସୁଥିବା ଦର୍ଶକା ସେହିପରି, ଶ୍ରୀମନ୍ଦିରର ଚତୁଃଦ୍ୱାରର ଫଟୋ ଏବଂ ତତ୍ସମ୍ପର୍କିତ ସଂକ୍ଷିପ୍ତ ସୂଚନା ସହିତ ଜନମାନସରେ ପଞ୍ଚତୀର୍ଥ ନାମରେ ପରିଚିତ ମହୋଦଧି, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର, ଶେ୍ୱତଗଙ୍ଗା ଓ ମାର୍କଣ୍ଡେୟ ପୁଷ୍କରିଣୀର ଫଟୋଗୁଡ଼ିକୁ ନେଇ ଯୁବପିଢି ଏବଂ କୋମଳମତି ପିଲାମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଉତ୍ସୁକତା ଦେଖିବାକୁ ମିଳୁଛିା ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି ବିଗତ ଦିନରୁ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସେବାପୂଜା, ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାର, ବହିରାଗତ ତୀର୍ଥଯାତ୍ରୀଙ୍କୁ ଆତିଥ୍ୟ ପ୍ରଦାନ, ସାଧୁ-ସନ୍ୟାସୀ-ଯୋଗୀମାନଙ୍କର ସେବା ସମେତ ବୈଦିକ ଓ ମୌଳିକ ଶିକ୍ଷାର ସଂସ୍ଥାପନ ଓ ବିକାଶ ସହିତ ସର୍ବଭାରତୀୟ ଭ୍ରାତୃଭାବର ପ୍ରତିଷ୍ଠା ଏବଂ ସନାତନ ଧର୍ମରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ପୁରୀର ପ୍ରାଚୀନ ମଠର ଫଟୋଗୁଡିକା ଏହି ଫଟୋଗୁଡ଼ିକ ପ୍ରଦର୍ଶନୀ ମଣ୍ଡପକୁ ଆସୁଥିବା ସାଧୁସନ୍ଥମାନଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିବା ସହ ସାଧାରଣ ଦର୍ଶକମାନଙ୍କ ଜ୍ଞାନର ପରିସରକୁ ମଧ୍ୟ ବୃଦ୍ଧି କରୁଛିା ସେହିପରି ଦର୍ଶକମାନେ ଭିଡିଓ ଓ୍ୱାଲରେ ପ୍ରଦର୍ଶିତ ଊନବିଂଶ ଶତାବ୍ଦୀର ରଥଯାତ୍ରା ସମ୍ପର୍କିତ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଓଡିଆ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଭକ୍ତିଭାବ ସମ୍ବଳିତ ସଂସ୍କୃତ ଶ୍ଳୋକ ଓ ଓଡିଆ ଗୀତ ସହିତ ଚଳିତ ରଥଯାତ୍ରା ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଜାରି କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ସୂଚନାଗୁଡିକର ଚିତ୍ର ଉତ୍ତୋଳନ ଓ ଭିଡିଓ ରେକର୍ଡିଂ ଅତି ଆଗ୍ରହର ସହ କରୁଛନ୍ତିା

Leave A Reply

Your email address will not be published.