ଭକ୍ତି ଓ ଉଲ୍ଲାସ ଭିତରେ ଖଲ୍ଲିକୋଟ ରଥଯାତ୍ରା ପାଳିତ

5

(ଶାସକ ପ୍ରଶାସକ/ଶିବରାମ ଜେନା) ଖଲ୍ଲିକୋଟ: ଖଲ୍ଲିକୋଟ ର ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର ବେଶ୍ ସରଗରମ ଥିବା ବେଳେ ରଥଯାତ୍ରା ର ଅବସରରେ ତିନି ଠାକୁରଙ୍କ ନିତୀକାନ୍ତି ସକାଳୁ ସକାଳୁ ସରିଯାଇଥିବା ପରିଲକ୍ଷିତ ହୋଇଥିଲା। ଆଜି ଭୀଷଣ ବର୍ଷା ସତ୍ତ୍ୱେ ତିନି ଠାକୁରଙ୍କୁ ରଥକୁ ପହଣ୍ଡି କରାଯାଇଥିଲା। ପହଣ୍ଡି କାର୍ଯ୍ୟ ଯଥାବିଧିରେ ସମ୍ପନ୍ନ କରି, ଛେରା ପହଁରା କାର୍ଯ୍ୟ ହୋଇଥିଲା। ଏହାପରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ତିନୋଟି ଠାକୁର ରଥକୁ ଭକ୍ତମାନେ ଟାଣି ନେଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚାଇ ଥିଲେ। ପବିତ୍ର ରଥଯାତ୍ରାରେ ପ୍ରାୟ ୩୦ହଜାର ରୁ ଉର୍ଦ୍ଧ୍ୱ ଲୋକ ଦେଖି ବାକୁ ମିଳିଛି। ଆଜିର ଏ ସମାରୋହରେ ଖଲିକୋଟ ର ସବୁ ସରକାର ବିଭାଗ ପକ୍ଷରୁ ବ୍ୟାପକ ସହଯୋଗ ମିଳିଥିଲା। ଖଲ୍ଲିକୋଟ ର ସ୍ଥାନୀୟ ତହସିଲଦାରଙ୍କ ସହ ଉପସ୍ଥିତ ଥିଲେ ବିଜେପି ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଅନୀଲ କୁମାର ପଣ୍ଡା, ଶଙ୍କର ପ୍ରସାଦ ନାହାକ, ଜଗନ୍ନାଥ ଭୂୟାଁ, ବଜରଙ୍ଗଦଳ ସହିତ ସନ୍ତୋଷ କୁମାର ମିଶ୍ର, ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁ ସମେତ ପୋଲିସ ବାହିନୀ ର ଅନ୍ୟାନ୍ୟ କର୍ମଚାରୀ ଓ ଏତଦ୍ ବ୍ୟତୀତ ଖଲ୍ଲିକୋଟ ର ବିଭିନ୍ନ ବିଭାଗର କାର୍ଯ୍ୟରତ ପ୍ରଶାସକ ଗଣ ।ଖଲ୍ଲିକୋଟ ପୋଲିସ ବିଭାଗର କର୍ମତତ୍ପରତା ଶାନ୍ତିଶୃଙ୍ଖଳାର ସହ ରଥଟଣା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇପାରିଥିଲା। ଗୁଣ୍ଡିଚା ମନ୍ଦିର ପଡ଼ିଆରେ ତିନି ଠାକୁରଙ୍କ ଆବିର୍ଭାବ ହୋଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଶିହରଣ ଖେଳାଇବା ପରିଲକ୍ଷିତ ହୋଇଥିଲା।

Leave A Reply

Your email address will not be published.