ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାର ଟାଉନ୍‌ସିପରେ ସାଂସ୍କୃତିକ ଉତ୍ସାହ ସ‌ହ ରଥଯାତ୍ରା ପାଳିତ

5

ଝାରସୁଗୁଡ଼ା, ୭ ଜୁଲାଇ ୨୦୨୪: ଆଲୁମିନିୟମର ଭାରତର ସର୍ବବୃହତ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡ଼ାସ୍ଥିତ ବେଦାନ୍ତ ମିଡୋଜ୍‌ରେ ରଥଯାତ୍ରା ପାଳିତ ହୋଇଯାଇଛି । ଚଳିତ ବର୍ଷର ଉତ୍ସବରେ ମହାପ୍ରଭୁ ଜଗନ୍ନାଥ, ଭଗବାନ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ତିନୋଟି ସୁନ୍ଦର ସଜ୍ଜିତ ରଥ ପ୍ରସ୍ତୁତ କରାଯାଇଥିଲା ଯାହାକୁ କର୍ମଚାରୀ, ବ୍ୟବସାୟୀ, ସହଯୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ଯରେ ସହର ପରିକ୍ରମା କରାଯାଇଥିଲା । ବେଦାନ୍ତ ଆଲୁମିନିୟମର ସିଓଓ ତଥା ବେଦାନ୍ତ ଝାରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା ଶୀତଳ ଜଳ ସିଂଚନ କରିବା ସହ ଓ ରଥକୁ ଝାଡ଼ୁ ମାରିବା ଭଳି ଗୁରୁତ୍ଵପୂର୍ଣ୍ଣ ରୀତିନୀତି ସହ ଛେରାପହଁରା କରି ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ।

ସମଗ୍ର ଭାରତରେ ରଥଯାତ୍ରାର ଗଭୀର ମହତ୍ଵ ରହିଛି କାରଣ ଭକ୍ତମାନେ ଦେବଦେବୀଙ୍କ ଶୋଭାଯାତ୍ରା ଦେଖୁବା ଏବଂ ଆଶୀର୍ବାଦ ନେବା ପାଇଁ ଏକତ୍ରିତ ହୁଅନ୍ତି । ବେଦାନ୍ତ ଝାରସୁଗୁଡ଼ାରେ ଏହି ଉତ୍ସବ ସ୍ଥାନୀୟ ପରମ୍ପରା ଓ ସାମୂହିକ ଭାବନା ପ୍ରତି କଂପାନିର ପ୍ରତିବଦ୍ଧତାର ପ୍ରମାଣ ।

୧୯,୫୦୦ ବର୍ଗଫୁଟ ପରିମିତ ବିଶାଳ ଅଂଚଳରେ ବିସ୍ତାରିତ ଏବଂ ୯୫୦୦ ବର୍ଗଫୁଟ ପରିମିତ ମେଘନାଦ ପ୍ରାଚୀର ସ‌ହିତ ଝାରସୁଗୁଡ଼ାସ୍ଥିତ ବେଦାନ୍ତର ଟାଉନସିପ୍ ଭିତରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ସ୍ଥାପତ୍ୟ ପ୍ରତିଭାର ଏକ ଉଲ୍ଲେଖନୀୟ ପ୍ରମାଣ ପାଲଟିଛି । ପୁରୀ ଜଗନ୍ନାଥ ମନ୍ଦିରର କାଳଜୟୀ ଭବ୍ୟତାରୁ ପ୍ରେରଣା ନେଇ ଏଥିରେ ନଟମଣ୍ଡପ, ଜଗମୋହନ, ରେଖା ମନ୍ଦିର, ମା’ ଲକ୍ଷ୍ମୀ ମନ୍ଦିର ଓ ମା’ ବିମଳା ମନ୍ଦିର ଭଳି ଉଲ୍ଲେଖନୀୟ ବିଭାଗୀୟ ବାଂଚା ରହିଛି । ଏହାବ୍ୟତୀତ ମନ୍ଦିର ପରିସରରେ ଭଗବାନ ଲୋକନାଥ, ଭଗବାନ ହନୁମାନ, ଭଗବାନ ଗଣେଶଙ୍କ ପାଇଁ ଉତ୍ସର୍ଗୀକୃତ ମନ୍ଦିର ଏବଂ ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭ ରହିଛି । ଗତବର୍ଷ ଏହାକୁ ଗୋଷ୍ଠୀ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା ।

ବେଦାନ୍ତ ଆଲୁମିନିୟମର ସିଓଓ ତ‌ଥା ବେଦାନ୍ତର ଝାରସୁଗୁଡ଼ାର ସିଇଓ ଶ୍ରୀ ସୁନିଲ ଗୁପ୍ତା ଏହି ପବିତ୍ର ଉତ୍ସବର ମହତ୍ଵ ଉପରେ ଆଲୋକପାତ କରି କହିଛନ୍ତି ଯେ, “ରଥଯାତ୍ରା ଆମର ମିଳିତ ସାଂସ୍କୃତିକ ଐତିହ୍ୟର ଉତ୍ସବ । ଆମ କର୍ମଚାରୀ, ବ୍ୟବସାୟୀ ଅଂଶୀଦାର ଏବଂ ପରିବାର ସହିତ ଏହି ପବିତ୍ର ଅବସରରେ ଅଂଶଗ୍ରହଣ କରି ଆମେ ଗର୍ବ ଅନୁଭବ କରୁଛୁ । ପୁରୀର ପବିତ୍ର ଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରାକୁ ନେଇ ଏକ ଭବ୍ୟ ଉତ୍ସବ ଦେଖୁବାକୁ ମିଳୁଛି । ଏଭଳି ଉତ୍ସବ ସମଗ୍ର ଗୋଷ୍ଠୀ ପାଇଁ ସୌହାର୍ଘ୍ୟ ଆଣିଥାଏ ।’’

ବେଦାନ୍ତ ଲିମିଟେଡର ବ୍ୟବସାୟ ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ, ଯାହା ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଆଲୁମିନିୟମର ଅଧାରୁ ଅଧିକ ଅର୍ଥାତ୍ ୨.୩୭ ନିୟୁତ ଟନ୍ ଉତ୍ପାଦନ କରିଛି। ଏହା ମୂଲ୍ୟ ଯୁକ୍ତ ଆଲୁମିନିୟମ୍ ଉତ୍ପାଦରେ ଅଗ୍ରଣୀ ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ବେଦାନ୍ତ ଆଲୁମିନିୟମ ଶିଳ୍ପ ପାଇଁ ଏସଆଣ୍ଡପି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସେମେଟ୍ ୨୦ ୨୩ ବିଶ୍ବ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛି, ଯାହା ଏହାର ଅଗ୍ରଣୀ ସ୍ଥାୟୀ ବିକାଶ ପଦ୍ଧତିର ପ୍ରତିଫଳନ । ଭାରତରେ ଏହାର ବିଶ୍ଵସ୍ତରୀୟ ଆଲୁମିନିୟମ ସ୍କେଲଟର, ଆଲୁମିନା ବିଶୋଧନାଗାର ଏବଂ ପାଓ୍ବାର ପ୍ଲାଟ୍ ସହିତ, କମ୍ପାନି ଏକ ସବୁଜ ଭବିଷ୍ୟତ ପାଇଁ “ଭବିଷ୍ୟତର ଧାତୁ’ ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ପୂରଣ କରିଛି ।

Leave A Reply

Your email address will not be published.