ରଥଯାତ୍ରା ଅବସରରେ ପହଣ୍ଡି ପଣା କାର୍ଯ୍ୟକ୍ରମ ଅନୁଷ୍ଠିତ

6

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପବିତ୍ର ରଥଯାତ୍ରା ଅବସରରେ ନୟାଗଡ଼ ନାଗରିକ ମଞ୍ଚ ଏବଂ ଜିଳ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ପହଣ୍ଡି ପଣା କାର୍ଯ୍ୟକ୍ରମ ନୟାଗଡ଼ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟ ଯୋଗଦାନ କରି ପହଣ୍ଡି ପଣା ସ୍ୱରୁପ ଟାଟାଗ୍ଲୁକୋଜ ବଣ୍ଟନର ଶୁଭାରମ୍ଭ କରିଥିଲେ । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ରଥ ନିର୍ମାଣକାରି କାରିଗର,ସଫେଇ କର୍ମଚାରୀ,ପୋଲିସ କର୍ମଚାରୀ,ଦେବୋତ୍ତର ଏବଂ ମନ୍ଦିର କର୍ମଚାରୀ ତଥା ପହଣ୍ଡି ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା ।

ରୋଟାରୀ କ୍ଲବ  ସଭାପତି ଶ୍ରୀକାନ୍ତ ଖଟେଇ,ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ସାହୁ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଦୁର୍ଯ୍ୟୋଧନ ସାହୁ, କାଉନସିଲର ଲକ୍ଷ୍ମୀଧର ମହାପାତ୍ର, କମ୍ରେଡ୍ ବିଶ୍ୱନାଥ ମହାପାତ୍ର,ଶ୍ରମିକନେତା ଶ୍ରୀକାନ୍ତ ପଟ୍ଟନାୟକ, ଛାୟାକାନ୍ତ ପ୍ରଧାନ, ପ୍ରଦ୍ୟୁମ୍ନ ନନ୍ଦ, ପୂର୍ଣ୍ଣଚନ୍ଦ୍ର ଶତପଥି, ପ୍ରଦୀପ୍ତ କୁମାର ଡାକୁଆ ପ୍ରମୁଖ ଯୋଗଦାନ କରି ପଣା ବଣ୍ଟନ କରିଥିଲେ ।

Leave A Reply

Your email address will not be published.