ଓଡ଼ଗାଁ,୬।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡ ମହୀପୁର ବନାଞ୍ଚଳ ଗୁମୀ ସେକ୍ସନ କାପ୍ତାପଲ୍ଲୀ ବିଟ୍ ଅଞ୍ଚଳରେ ବାଘର ପାଦ ଚିହ୍ନ ଦେଖିବା ପରେ ଆତଙ୍କ ଖେଳିଯାଇଛି । ଫଳରେ ସନ୍ଧ୍ୟା ହେଲେ ତାଟି କବାଟ ପଡୁଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ ଫେବୃଆରୀ ମାସରେ ମହିପୁର ବନପାଳ ଅନ୍ତର୍ଗତ ଆଦିବାସୀ ବହୁଳ କାପ୍ତାପଲ୍ଲୀ ପଞ୍ଚାୟତର ବିଭିନ୍ନ ଗାଁ ତଥା ବେତନଟୀ, ଘୁଢୁକାବାରୀ, ଲୁହାରଖଣୀ ଅଞ୍ଚଳରେ କିଛି ଗାଈ ଚରାଳୀ ବାଘ ଆସିଥିବା କହୁଥିବା ବେଳେ କେହି କେହି ଏହାକୁ କହି ବିଶ୍ୱାସ କରିନଥିଲେ । ସୁରକ୍ଷା ଏବଂ ସତ୍ୟାସତ୍ୟ ଜାଣିବା ପାଇଁ ବନବିଭାଗ ପକ୍ଷରୁ ତିନୋଟି କ୍ୟାମେରା ଲଗାଯାଇଥିଲା । ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳି ନଥିବା ବେଳେ ଚଳିତ ମାସ ୩ ତାରିଖ ବୁଧବାର ଦିନ କିମ୍ବିରୀ ଗ୍ରାମର ଲୋକେ ନିଜ ପଦାରେ ବାଘ ପାଦ ଚିହ୍ନ (ମଡା)ଦେଖିବାକୁ ପାଇଥିଲେ । ତେବେ ସନ୍ଧ୍ୟା ସମୟରେ ଗାଈ ଚରାଳୀ ଫେରିବା ପରେ ଗୋଠରେ ଗୋଟିଏ ତିନିବର୍ଷର ବାଛୁରୀ ଛୁଆ ନଥିବା ଦେଖି କିଛି ଗ୍ରାମବାସୀ ନିକଟସ୍ଥ ଜଜାଙ୍ଗ ଧୋଡାକୁ ଖୋଜିବାକୁ ଗଲାବେଳେ ବାଛୁରୀକୁ ବାଘ ଘୋଷାରି ଘୋଷାରି ନେଇଥିବା ଚିହ୍ନ ଦେଖିବାକୁ ପାଇଥିଲେ।ବାଛୁରୀଟି କିମ୍ବିରୀ ଗ୍ରାମର ଟୁଙ୍ଗୁରୁ ଜାନୀଙ୍କ ଜଣାପଡିବା ପରେ ବାଘ ଆସିଥିବା କଥା ସମସ୍ତଙ୍କର ବିଶ୍ବାସ ହୋଇଥିଲା। ଗୁମୀ ସେକ୍ସନ ବନପାଳଙ୍କୁ ଏ ସମ୍ପର୍କରେ ପଚାରିବାରୁ ଆମେ ଯାଇଥିଲୁ ଗୋଟାଏ ବାଛୁରୀ ଖାଇଛି ବୋଲି ଅଭିଯୋଗ ହୋଇଛି। କିନ୍ତୁ ତାହା ମହାବଳ କି କଲରା ପତିରିଆ ପ୍ରଜାତିର ସ୍ପଷ୍ଟ ହୋଇନାହିଁ। କିନ୍ତୁ କ୍ୟାମେରା ଲଗାଯାଇଛି ଓ ବିଭାଗ ପକ୍ଷରୁ ନଜର ରଖିଛୁ। କ୍ୟାମେରା ଛବି ଆସିଲେ ସଠିକ୍ ଖବର ଜଣାପଡ଼ିବ।
Sign in
Sign in
Recover your password.
A password will be e-mailed to you.
Prev Post