ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀଠାରେ ଆୟୋଜିତ ଜାତୀୟ ପଲ୍ଲିଶ୍ରୀ ମେଳାରେ ଆଜି ଗ୍ରାହକ ସଚେତନତା ଷ୍ଟଲ ଉଦଘାଟିତ ହୋଇଛି। ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ(ସିକା) ପକ୍ଷରୁ ଖୋଲିଥିବା ଏହି ଷ୍ଟଲକୁ ମାନ୍ୟବର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ କରିଛନ୍ତି। ଗ୍ରାହକମାନେ କୌଣସି ସେବା ବା ଦ୍ରବ୍ୟ କିଣିବା ସମୟରେ ସତର୍କ ଓ ସଚେତନ ହୁଅନ୍ତୁ। ଗ୍ରାହକଙ୍କ ଅଧିକାରର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଆଗକୁ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନେବୁ ବୋଲି ମନ୍ତୀ ଶ୍ରୀ ପାତ୍ର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗର ଖାଉଟି ବ୍ୟାପାର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା, ବିଭାଗର ଯୁଗ୍ମ ସଚିବ ତଥା ‘ସିକା’ର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ପଟ୍ଟନାୟକ ଓ ମାପ ଏବଂ ଓଜନ ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ଉପଭୋକ୍ତା ସଂଗଠନର କାର୍ଯକର୍ତ୍ତା ଓ ସାଧାରଣ ଲୋକେ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ସିକା’ର ମାସିକ ପତ୍ରିକା(Newsletter)କୁ ମାନ୍ୟବର ମନ୍ତ୍ରୀ ଉନ୍ମୋଚନ କରିଥିଲେ। ସିକାର ପରିଚାଳକ ସଞ୍ଜୟ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି ଷ୍ଟଲରେ ଗ୍ରାହକ ସୁରକ୍ଷା ଆଇନ, ଗ୍ରାହକ ଅଧିକାର ଓ ଅନଲାଇନ ଠକେଇ ରୋକିବାକୁ ନେଇ ଲୋକଙ୍କୁ ସଚେତନ କରାଯିବ। ଆସନ୍ତା 15 ତାରିଖ ଯାଏ ଏହି ଷ୍ଟଲ ଖୋଲା ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.