ରଥଯାତ୍ରା ଉପଲକ୍ଷେ ଭୁବନେଶ୍ୱରର “ନିମନ୍ତ୍ରଣ’ରେ ଆରମ୍ଭ ହେଲା ସ୍ୱତନ୍ତ୍ର ଶାକାହାରୀ ବ୍ୟଞ୍ଜନ

5

ପ୍ରତ୍ୟହ ମାତ୍ର ୫୪୯ ଟଙ୍କାରେ ମିଳିବ ବିନା ପିଆଜ, ରସୁଣରେ ପ୍ରସ୍ତୁତ ୧୫ ପ୍ରକାର ବ୍ୟଞ୍ଜନ

ଭୁବନେଶ୍ୱର, ୦୬/୦୭/୨୦୨୪: ରଥଯାତ୍ରାର ଦିବ୍ୟ ପରିବେଶରେ ଭୁବନେଶ୍ୱରର “ନିମନ୍ତ୍ରଣ’ ପକ୍ଷରୁ ସ୍ୱତନ୍ତ୍ର ଶାକାହାରୀ ଥାଳିର ଶୁଭାରମ୍ଭ କରାଯାଇଛିା ରଥ ଉତ୍ସବରେ ଅନୁପ୍ରାଣିତ ହୋଇ ୨୦୨୪ ଜୁଲାଇ ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ନିମନ୍ତ୍ରଣ ରେସ୍ତୋଁରା ପକ୍ଷରୁ ଏହି ଥାଳିରେ ପେଟପୂରା ୧୫ ପ୍ରକାର ଶାକାହାରୀ ବ୍ୟଞ୍ଜନ ପରସା ଯିବାର ବ୍ୟବସ୍ଥା କରାଯାଇଛିା
ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଓଡ଼ିଆ ସଂସ୍କୃତି, ପର୍ବପର୍ବାଣି ଏବଂ ବ୍ୟଞ୍ଜନର ଆଦୃତି ବୃଦ୍ଧି ନିମନ୍ତେ ପ୍ରୟାସ କରାଯାଉଛିା ଖାଣ୍ଟି ଓଡ଼ିଆ-ବ୍ୟଞ୍ଜନ ରେସ୍ତୋଁରା ଭାବେ ପରିଚିତ “ନିମନ୍ତ୍ରଣ’ରେ ସାତ୍ତ୍ୱିକ ବ୍ୟଞ୍ଜନର ଆଦୃତିକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଥାଳିର ବ୍ୟବସ୍ଥା କରାଯାଇଛିା ନବଦିନବ୍ୟାପୀ ପବିତ୍ର ରଥଯାତ୍ରା ଅବସରରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯିବ ଏବଂ ଆଗ୍ରହୀ ବ୍ୟକ୍ତିମାନେ ପେଟପୂରା ଖାଦ୍ୟର ଆନନ୍ଦ ନେଇପାରିବୋ
ଶୁଭାରମ୍ଭ ଉତ୍ସବରେ ଗଣମାଧ୍ୟମର ପ୍ରତିନିଧି, ସାମାଜିକ ଗଣମାଧ୍ୟମ ପ୍ରସାରକ ଏବଂ ଅଭିଜ୍ଞ ବ୍ୟକ୍ତିମାନେ ଯୋଗଦେଇଥିଲୋ ସେମାନଙ୍କର ମତାମତ ଆଧାରରେ ଆଗାମୀ ୯ ଦିନ ଧରି ପରିଦର୍ଶକମାନଙ୍କ ନିମନ୍ତେ ସୁସ୍ୱାଦୁ ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଛିା ଏହି ଶାକାହାରୀ ଥାଳିରେ ଭାତ, କାନିକା, ଡାଲମା, ପୁରୀ, ବେସର, ଶାଗ, ପାଚେଡ଼ି ସହ ଖାସ୍ତା ମିଠା, ଛେନା ମିଠା, କ୍ଷୀରି ଓ ଦହିତୋରାଣି ଆଦି ପରସା ଯିବା
ସୂଚନାଯୋଗ୍ୟ ଯେ ଏହି ଅବଧି ମଧ୍ୟରେ ନିମନ୍ତ୍ରଣ ରେସ୍ତୋଁରାରେ କୌଣସି ପ୍ରକାର ଆମିଷ ଖାଦ୍ୟ ଉପଲବ୍ଧ ହେବ ନାହିାଁ ଏହି ସମୟରେ ମଧ୍ୟାହ୍ନ ଭୋଜନ ଏବଂ ରାତି୍ର ଭୋଜନରେ କେବଳ ସ୍ୱତନ୍ତ୍ର ଶାକାହାରୀ ଥାଳି ମିଳିବା
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଟିଡିସିର ସାଧାରଣ ପରିଚାଳକ ଡ. ଲଲାଟେନ୍ଦୁ ସାହୁ, “ନିମନ୍ତ୍ରଣ’ର ମୁଖ୍ୟ ସେଫ୍ ଶ୍ରୀ ସଞ୍ଜୟ ସରକାର ଏବଂ ପର୍ଯ୍ୟଟନ ବିଭାଗ ଓ ଓଟିଡିସିର ଅନ୍ୟ ଅଧିକାରୀମାନେ ଯୋଗଦେଇଥିଲୋ

 

Leave A Reply

Your email address will not be published.