ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି I ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘ ଉପସଭାପତି ଶଲ୍ୟ ସିଅ, ସମ୍ପାଦକ ମନୋରଞ୍ଜନ ବିଷୋୟୀ, କୋଷାଧ୍ୟକ୍ଷ ଶଙ୍କରନାରାୟଣ ସେଠୀଙ୍କ ସମେତ କ୍ଲଷ୍ଟର୍ ଇନଚାର୍ଜ ଛାୟାକାନ୍ତ ମହାପାତ୍ର,ରମେଶ କୁମାର ପାଣିଗ୍ରାହୀ, କାଳୁ ଚରଣ ଗୌଡ଼, ମନୋଜ କୁମାର ପଟ୍ଟନାୟକ,ବିଦେଶୀ ବାଡତ୍ଯା,ଶିଶିର କୁମାର ସ୍ୱାଇଁ,କେଦାର ନାଥ ନାୟକ, ଉପଦେଷ୍ଟା ମଣ୍ଡଳୀ ଶୀତଳ ପ୍ରସାଦ ଜେନା, ଅଚ୍ୟୁତ ବ୍ରହ୍ମା, ନରେଶ ବ୍ରହ୍ମା, ଆକୁଳ କୁମାର ସାହୁ, ଟୁକୁନା ବେହେରା, ସଦସ୍ୟ କୃଷ୍ଣଚନ୍ଦ୍ର ସେଠୀ, ବୁଲୁ ସେଠୀ ପ୍ରମୁଖ ଯୋଗ ଦେଇ ସାଂଗଠନିକ ଆଲୋଚନା କରିଥିଲେ I କୋଷାଧ୍ୟକ୍ଷ ଶଙ୍କରନାରାୟଣ ସେଠୀ ବାର୍ଷିକ ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ I ଏହା ସହିତ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସଂଘର ବାର୍ଷିକ ବୈଠକ,ନୂତନ କାର୍ଯ୍ୟକାରିଣୀ ଗଠନ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଆଗାମୀ ଦିନରେ ସଂଘ ତରଫରୁ ଏକ ବୃକ୍ଷରୋପଣ ଏବଂ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା I ସମ୍ପାଦକ ମନୋରଞ୍ଜନ ବିଷୋୟୀ ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.