https://youtu.be/lrAdpDh-S10
ଶିକ୍ଷା, ସ୍ବାସ୍ଥ୍ୟ,କୃଷି, ଗୋପାଳନ, ପାନୀୟଜଳ ଯୋଗାଣ, ଗମନାଗମନ, ଜଳ ସେଚନ ଉପରେ ଫୋକସ୍ l
(ନିଶ୍ଚିନ୍ତକୋଇଲି – ଶାସକ ପ୍ରଶାସକ): ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଏକ ସ୍ୱଚ୍ଛ , ଦୁର୍ନୀତିମୁକ୍ତ ଓ ବିକାଶଶୀଳ ଭାବେ ଗଢି ତୋଳିବା ପାଇଁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ନିର୍ବାଚନ ସମୟରେ ଯେଉଁ ମୁଦା ରଖିଥିଲେ ସେଥି ମଧ୍ୟରୁ ଏକ ମାସ ପୂର୍ତ୍ତି ଅବସରରେ କେଉଁ କେଉଁ କାର୍ଯ୍ୟ କରଯାଇଛି ଏବଂ ଆଗାମୀ 100 ଦିନ ମଧ୍ୟରେ ବିକାଶମୂଳକ କାର୍ଯ୍ୟକୁ କିଭଳି ତ୍ୱରାନ୍ୱିତ କରାଯିବ ସେ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି। ଶନିବାର ପୂର୍ବାହ୍ନରେ କୁଳିଆ ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମେ ନବନିର୍ବାଚିତ ବିଧାୟକ ଶାରଦା ପ୍ରଧାନ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଳକର ଜନସାଧାରଣ ମାନଙ୍କୁ ତାଙ୍କର ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି l ମାହାଙ୍ଗା ବିଧାୟକ ଶ୍ରୀ ପ୍ରଧାନ ଶପଥ ନେବା ପରେ ବିଗତ ୧ ମାସ ମଧ୍ୟରେ ଏକ ବିକାଶଶୀଳ ମାହାଙ୍ଗା ଗଠନ ପାଇଁ କି କି ପଦକ୍ଷେପ ନେବାକୁ ପଡ଼ିବ ସେ ନେଇ ବିଭିନ୍ନ ପ୍ରଶାସନିକ ସ୍ତରରେ ସମୀକ୍ଷା କରି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏହି ଦୁଇ ବ୍ଳକରେ ଲୋକମାନଙ୍କର ମୌଳିକ ସମସ୍ୟା କିଭଳି ତ୍ବରିତ ସମାଧାନ ହୋଇପାରିବ ସେଥିପ୍ରତି ମଧ୍ୟ ପଦକ୍ଷେପ ନେଇଛନ୍ତି l ୧୦ ଗୋଟି ପଞ୍ଚାୟତରେ ଜନଶୁଣାଣୀ କରି ଦୁଇ ହଜାରରୁ ଉର୍ଧ୍ଵ ଅଭିଯୋଗ ସଂଗ୍ରହ କରିଥିଲାବେଳେ ସେଥି ମଧ୍ୟରୁ କେତେକ ଅଭିଯୋଗ ଗୁଡ଼ିକୁ ତତକାଳୀନ ସମାଧାନ ମଧ୍ୟ କରିଛନ୍ତି l ବିଶେଷ କରି ଶିକ୍ଷା, ସାସ୍ଥ୍ୟ,କୃଷି, ଗୋପାଳନ, ପାନୀୟଜଳ ଯୋଗାଣ, ଗମନାଗମନ, ଜଳ ସେଚନ ଓ ନିଷ୍କାସନ, ବିଦ୍ୟୁତ୍କରଣ, ଖାଦ୍ୟ ସୁରକ୍ଷା ଆଦି କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହିତ ସମୀକ୍ଷା କରି ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ଦୁଇ ବ୍ଳକରେ ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସର୍ବାଧିକ ଗୁରୁତ୍ଵ ଦେଇଥିବା ଶ୍ରୀ ପ୍ରଧାନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ନିର୍ବାଚନ ସମୟରେ ବିଜୟୀ କରିବା ପାଇଁ ଜନସାଧାରଣଙ୍କ ତାଙ୍କ ପ୍ରତି ରହିଥିବା ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ବଜାୟୀ ରହିଲେ ଖୁବ୍ ଶୀଘ୍ର ଏକ ବିକାଶଶୀଳ ମାହାଙ୍ଗା ଗଠନ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।