ବେଲଗୁଣ୍ଠା -(ଶିବରାମ ଚୌଧୁରୀ ): ଆଜି ସରସ୍ଵତୀ ଶିଶୁ ବିଦ୍ୟା ଭବନରେ ୭୫ ତମ ବନହୋତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନ ସଭା ଆୟୋଜନ କରାଯାଇଥିଲା।ଏଥିରେ ଅନୁଷ୍ଠାନର ୪୦୦ ଶହ ଛାତ୍ରଛାତ୍ରୀ ଓ ୫ ଜଣ ଗୁରୂମା ,ଗୁରୁଜୀ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଘୁମୁସର ବନଖଣ୍ଡର ବନ ଅଧିକାରୀ ଶ୍ରୀଯୁକ୍ତ ଶରତ ଚଦ୍ର ମହାନ୍ତି, ବିଶିଷ୍ଟ ସମାଜସେବୀ ଓ ପରିବେଶଯିତ୍ ଶୂଳପାଣି ଶତପଥୀ,ରୋଟାରୀ କ୍ଲବ ଭଞ୍ଜନଗର ସମସ୍ତ ପଦାଧିକାରୀ ତଥା v. ଦେଵୀ ପ୍ରସାଦ ପାତ୍ର (ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟାରୀ କ୍ଲବ),ଶ୍ରୀ ରାମଚନ୍ଦ୍ର ମିଶ୍ର ସଂପାଦକ ରୋଟାରୀ କ୍ଲବ, ଗୁପ୍ତ ଭାଇ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଅତିଥି ଭାବେ ଯୋଗଦାନ କରି ବନ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ବହୁ ମୂଲ୍ୟବାନ ଭାଷଣ ପ୍ରଦାନ କରିଥିଲେ।ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ କୁଇଜ୍ ପ୍ରତିଯୋଗିତା କରି ପୁରସ୍କାର ବିତରଣ ହୋଇଥିଲା। ଶିକ୍ଷା ଅନଷ୍ଠାନ ରେ ପ୍ରଧାନ ଆଚାର୍ଯ୍ୟ ଶିବରାମ ଗୁରୁଜୀ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ବରିଷ୍ଟ ଗୁରୂମା ମାନେ ଯଥା – ମାମଜିନୀ ଗୂରୁମା,ଆଶା ଗୁରୁମା, ଅମ୍ବିକା ଗୁରୁମା,ସୁମିତ୍ରା ଗୁରୁମା ଆଜି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ରୋଟାରୀ କ୍ଲବ ସହଯୋଗ ଓ ବନପାଳ ପ୍ରିୟଙ୍କା ଦଳାଇ ଓ ବନକର୍ମଚରୀମାନଙ୍କ ସହଯୋଗରେ ବିଦ୍ୟାଳୟ ପରିବେଶରେ ବୃକ୍ଷରୋପଣ କରାଯାଇଥିଲା।ଆଜି ର କାର୍ଯ୍ୟକ୍ରମ ବନ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଆକର୍ଷଣ କରିପାରିଥିଲା।
Sign in
Sign in
Recover your password.
A password will be e-mailed to you.