ଗାଇସିଲାଟ/ମନ ଡନସନା – ସ୍ବାସ୍ଥ୍ୟ ହିଁ ଆମର ସମ୍ପଦ। ଏ ବାର୍ତ୍ତା ଗାଇସିଲେଟ ତହସିଲଦାର ଟିଟସ ମହାନନ୍ଦିଆ ଯୁବକ ମାନଙ୍କୁ ଦେଉଛନ୍ତି। ସକାଳୁ ସକାଳୁ ଗାଇସିଲେଟ ପଡିଆକୁ ପହଞ୍ଚି ଯାଉଛନ୍ତି ତହସିଲଦାର ମହାଶୟ। ଯୁବକ ମାନଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ଦେବା ସହିତ ବିଭିନ୍ନ ପ୍ରକାରର ଖେଳ ଖେଳିବା ପାଇଁ ଉତ୍ସାହିତ କରୁଛନ୍ତି । ସେ ପାଠ ପଢୁଥିବା ସମୟରେ ଫୁଟବଳ ଖେଳୁଥିଲେ। ସେ ଯୁବକ ମାନଙ୍କ ସହିତ ମିଶି ଫୁଟବଳ ମଧ୍ୟ ଖେଳୁଛନ୍ତି। ତହସିଲଦାର ମହାଶୟ ଙ୍କ ଜୋସ ଦେଖି ଯୁବକ ମାନେ ମଧ୍ୟ ପୁରା ଜୋସ ରେ ଫୁଟବଳ ଖେଳୁଛନ୍ତି। ବର୍ଷା ରେ ମଧ୍ୟ ଭିଜି ଭିଜି ଖେଳୁଛନ୍ତି ମହାନନ୍ଦିଆ ସାର୍। ତହସିଲଦାରଙ୍କ କଥାବାର୍ତ୍ତା, ତାଙ୍କ ବ୍ଯବହାର ଯୋଗୁଁ ଯୁବକ ମାନେ ଆହୁରି ଖୁସି ହୋଇ ତାଙ୍କ ସହିତ ମିଶି ଖେଳୁଛନ୍ତି।।
Sign in
Sign in
Recover your password.
A password will be e-mailed to you.