ବଲାଙ୍ଗିର; ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ମହିପୁର୍ ଆଶ୍ରମ ବିଦ୍ୟାଳୟ ଠାରେ ସିକିଲ ସେଲ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୁଡଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର୍.ବି.ଏସ୍.କେ. ର ଡ.ସ୍ମରଣିକା ପଣ୍ଡା ଯୋଗଦେଇଥିଲେ । ଆର୍ ବି ଏସ୍ କେ ଟିମ୍ ର ଫାର୍ମାସିଷ୍ଟ କ୍ଷିତିପତି ସାହୁ, ଏଏନ୍ ଏମ ଶୋଭାରାଣୀ ରାଉତରାୟ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ସିକିଲ୍ ସେଲ୍ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ଛାତ୍ର ଛାତ୍ରୀ, ଶିକ୍ଷକ ତଥା ଅଭିଭାବକଙ୍କୁ ପ୍ରଦାନ କରିଥିଲେ। ଡ. ପଣ୍ଡା ସମସ୍ତଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲା ବିଶ୍ଵ ସିକିଲ୍ ସେଲ୍ ସଚେତନତା ପାଳନ କରିବା ଅବସରରେ ଆମେ ସମସ୍ତେ ସଚେତନ ହୋଇ ଆଗାମୀ ୨୦୪୭ ମସିହା ସୁଦ୍ଧା ଏହି ରୋଗକୁ ସମ୍ପୂର୍ଣ ଭାବରେ ମୂଳପୋଛ କରିବା ଏହା ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି କହିଥିଲେ । ଏହାସହ ହାତଧୁଆର ସମସ୍ତ ପ୍ରକ୍ରିୟାର ନମୁନା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦେଖାଇଥିଲେ । ପ୍ରଧାନ ଶିକ୍ଷକ ଏହି ସଚେତନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପ୍ରଦାନ କରିଥିବାବେଳେ ସହକାରୀ ଶିକ୍ଷକ ପୁରନ ମେହେର ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହକାରୀ ଶିକ୍ଷୟତ୍ରୀ ନିଳୀମା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀବୃନ୍ଦ ସହାୟତା ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.