ନବରଙ୍ଗପୁରରେ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ l

5

https://youtu.be/I5dUszS-M-k

ଅଶୋକ ସାହୁ, ଶାସକ ପ୍ରଶାସକ/ନବରଙ୍ଗପୁର ୪/୭ : ଭାରତ ସରକାର ଙ୍କ ନୀତି ଆୟୋଗ ଦ୍ଵାରା ସମ୍ପୂର୍ଣ୍ଣତା ଅଭିଯାନ ସାରା ଦେଶରେ ଆଜି ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ପଦାଧିକାରୀ ଏବଂ କର୍ମଚାରୀ ଙ୍କୁ ସମ୍ପୂର୍ଣ୍ଣତା ଅଭିଯାନ ବିଷୟରେ ଶପଥପାଠ କରାଇଥିଲେ l

କେନ୍ଦ୍ର ସରକାର ନବରଙ୍ଗପୁର ଜିଲ୍ଲା ର ଦୁଇଟି ବ୍ଲକ ଡାବୁଗାଁ ଏବଂ ତେନ୍ତୁଳୀଖୁଣ୍ଟି ବ୍ଲକ କୁ ଆକାଂକ୍ଷା ବ୍ଲକ ରୂପେ ଘୋଷଣା କରିଛନ୍ତି l ଜିଲ୍ଲା ର ସମ୍ପୂର୍ଣ୍ଣତା ଅଭିଯାନର ସମସ୍ତ ଲକ୍ଷ୍ୟ ଗୁଡିକୁ ପୁରା କରିବା ପାଇଁ ଯଥା ୧. ଗର୍ଭବତୀ ମହିଳା ମାନଙ୍କ ପ୍ରସବ ପୂର୍ବର ସମସ୍ତ ଯାଞ୍ଚ ସଠିକ୍ ସମୟରେ ହେଉ ୨. ଗର୍ଭବତୀ ମହିଳା ମାନଙ୍କୁ ନିୟମିତ ପୃଷ୍ଟିକର ପୋଷଣ ପ୍ରାପ୍ତ ହେଉ ୩. ସମସ୍ତ ଶିଶୁଙ୍କ ପାଇଁ ସମ୍ପୂର୍ଣ୍ଣ ଟୀକା କରଣ ହେଉ ୪. ତିରିଶ ବର୍ଷ ରୁ ଉର୍ଦ୍ଧ ସମସ୍ତ ଲୋକ ମାନଙ୍କ ମଧୁମେହ ଏବଂ ରକ୍ତଚାପ ର ଯାଞ୍ଚ ହେଉ ୫. ସମସ୍ତ କୃଷକ ମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ହେଉ ୬. ସ୍ବୟଂସହାୟକ ଗୋଷ୍ଠି ମାନଙ୍କୁ ଆବର୍ତ୍ତୀ କାଳୀନ ପାଣ୍ଠି ପ୍ରଦାନ କରାଯାଉ ୭. ବିଦ୍ୟାଳୟ ମାନଙ୍କରେ ସମସ୍ତ ଅତ୍ୟାବଶ୍ୟକୀୟ ସୁବିଧା ଉପଲବ୍ଧ ହେଉ ବୋଲି ଶପଥପାଠ କରାଇବା ସହ ଆଗାମୀ ତିନି ମାସ ଯଥା ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ମାସ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମର ପୂର୍ଣ୍ଣ ଖସଡା ପ୍ରସ୍ତୁତ କରିବା ଏବଂ ମୋ ଜିଲ୍ଲା, ମୋ ବ୍ଲକ କୁ ଏକ ପ୍ରେରଣା ଦାୟକ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ମନ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକ (ସାଧାରଣ) ନବୀନ ଚନ୍ଦ୍ର ନାୟକ (ରାଜସ୍ୱ) ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ପଦାଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.