ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ଆଜି ସମ୍ବାଦ ସାହିତ୍ୟ ଘର ଓ ସମ୍ବାଦ ଆମ ଓଡ଼ିଶା ତରଫରୁ ୭୫ ତମ ବନ ମହୋତ୍ସବ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ ଯୋଗ ଦେଇଥିଲେ। ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ଚୌଧୁରୀ ଛାତ୍ରଛାତ୍ରୀ ଙ୍କୁ” ଧରଣୀ ପାଇଁ ବୃକ୍ଷ ଟିଏ ” ର ବାର୍ତ୍ତା ଦେବା ସହ ପ୍ରତ୍ୟେକ ମଣିଷ ଜୀବନ କାଳ ମଧ୍ୟରେ ଗୋଟିଏ ଲେଖାଏ ବୃକ୍ଷ ଲଗାଇ ତାହାର ଉପଯୁକ୍ତ ଯତ୍ନ ନେବାକୁ କହିଥିଲେ। ଶିଶୁ ମନ୍ଦିର ପରିଚାଳନା ସମ୍ପାଦକ ସଞ୍ଜୟ ପାଢୀ ଗତ କିଛି ବର୍ଷ ହେଲା ବିଶ୍ଵ ତାପମାନରେ ଅହେତୁକ ବୃଦ୍ଧି ଘଟି ଜଳବାୟୁ ର ପରିବର୍ତନ ଘଟି ଚାଲିଛି। ଶିଳ୍ପାୟନ ବୃଦ୍ଧି ସହ ଜଙ୍ଗଲ କାଟିବା ଯୋଗୁ ତାପମାନ ବୃଦ୍ଧି ଘଟୁଛି। ଯାହା କି ମାନବଜାତି ପ୍ରତି ଘୋର ବିପଦ ଦେଖାଦେଇଛି ବୋଲି କହିଥିଲେ। ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ ୭୫ ତମ ବନ ମହୋତ୍ସବ ଅବସରରେ “ଏକ ପେଡ ମା କେ ଲିୟେ” ର ନାରା ଦେଇଥିବା ବେଳେ ପ୍ରତ୍ୟେକ ନିଜ ବାଡି ରେ ଅତି କମ୍ ରେ ଗୋଟିଏ ବୃକ୍ଷ ଲଗାଇବାକୁ କହିଥିଲେ।ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ବିଭିନ୍ନ ପ୍ରଜାତି ର ୧୫୦ ଟି ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବନରକ୍ଷୀ ସଦା ସାନ୍ତା ,କାର୍ତ୍ତିକ ମାଝୀ, ମନୋରଞ୍ଜନ ନାୟକ, ଉମାଶଙ୍କର ମିଶ୍ର, ଅନିତା ହିଆଲ , ପାରା ଷ୍ଟାଫ୍ ତ୍ରିନାଥ ବିଶୋଇ, ନିତ୍ୟା ଗୁରୁଜୀ,ପ୍ରଦୀପ ଗୁରୁଜୀ, ଆଶିଷ ଗୁରୁଜୀ, ବିଶ୍ଵ ଗୁରୁଜୀ, ଗୁରୂମା ତଥା ଅନ୍ୟମାନେ ଉପସ୍ଥିତ ଥିଲେ