୭୬ ତମ “ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଡେ” ପାଳିତ

5

ଭୁବନେଶ୍ୱର : ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆର ୭୬ ତମ “ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଡେ” ପାଳିତ ହୋଇଯାଇଛି। ଏହାର ଫାଉଣ୍ଡେସନ୍ ଡେ ସହିତ ସିଏ ବୃତ୍ତିର ନିର୍ଭୀକତା, ଅଖଣ୍ଡତା ଏବଂ ସର୍ବଦା ସଜାଗ ମନୋଭାବ ସମ୍ପର୍କରେ ସୂଚନା ଦିଆଯାଇଥିଲା |
ଏହାର ୭5 ବର୍ଷ କାର୍ଯ୍ୟକାଳ ମଧ୍ୟରେ, ହିତାଧିକାରୀମାନଙ୍କୁ ମୂଲ୍ୟଯୁକ୍ତ ସେବା ଯୋଗାଇବାରେ ଆକାଉଣ୍ଟାସି ଫଙ୍କସନ୍ ଏକ ରଣନୀତକ ଭୂମିକା ଗ୍ରହଣ କରିବା ସହ ଏକ ପ୍ରମୁଖ ନେତୃତ୍ୱ ଗ୍ରହଣ କରିଥାଏ | ଆମ ପୂର୍ବପୁରୁଷମାନଙ୍କ ଦ୍ୱାରା ସ୍ଥାପିତ ବୃତ୍ତିର ପରମ୍ପରାର ଏକ ଅଂଶ ଭାବରେ ଆମେ ସିଏ ଦିବସ ପାଳନ କରୁଛୁ |
ଏହି ଉତ୍ସବରେ ଆଇସିଏଆଇ ଭବନରୁ ଷ୍ଟୁଆର୍ଟ ସ୍କୁଲ୍ ଏକ ୱାକାଥନ୍ ରୁ ଆରମ୍ଭ ହୋଇ ବୃକ୍ଷ ରୋପଣ ଏବଂ ସ୍ୱଚ୍ଛତା ଡ୍ରାଇଭ୍ ହୋଇଥିଲା। ପରେ ଆଇସିଏଆଇ ଭବନରେ ଶାଖା ଅଧ୍ୟକ୍ଷ। ସିଏ ଜାହ୍ନବୀ ଦେଓ ପତାକା ଉତ୍ତୋଳନ କରିଥିଲେ | ଏହି ଅବସର ରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଯଥା , ଚକ୍ଷୁ , ଡେଣ୍ଟାଲ୍ ପରୀକ୍ଷା ଓ ଡାଇବେଟିସ୍ ସ୍କ୍ରିନିଂ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା | ଡା. ମୋହନଙ୍କ ଡାୟାବେଟିଜ୍ ବିଶେଷତା କେନ୍ଦ୍ର, ସେଣ୍ଟର୍ ଫର୍ ସାଇଟ୍ ଏବଂ ଆମ ଓଡ଼ିଶା ସହିତ ମିଳିତ ଭାବରେ ଏକ ରକ୍ତ ଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା | ଏହି ଦିନକୁ ସ୍ମରଣ କରିବା ପାଇଁ ସଦସ୍ୟ ଓ ଛାତ୍ରମାନଙ୍କ ପାଇଁ ଓର୍କ-ଲାଇଫ୍ ବାଲାନ୍ସ ବିଷୟରେ ସେମିନାର ଆୟୋଜନ କରାଯାଇଥିଲା|
ମୁଖ୍ୟ ଅତିଥି ଓଡିଶାର ଆଡିସନାଲ୍ ପୋଲିସ ଡି. ଜି ସିଏ ରାଧା କିଶନ ଶର୍ମା,ଆଇପିଏସ, ଶାଖା ଅଧ୍ୟକ୍ଷ।, ସିଏ ପ୍ରଦୀପ କୁମାର ସାହୁ, ଶାଖାର ଛାତ୍ର ସଙ୍ଗଠନର ଅଧ୍ୟକ୍ଷ ତଥା ଶାଖା ଉପାଧ୍ୟକ୍ଷ ସିଏ ମହେନ୍ଦ୍ର ସାହୁ ଏବଂ ସଚିବ ସିଏ ଗୌତମ ଲେଙ୍କା ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିଥିଲେ।
ଉପରୋକ୍ତ କାର୍ଯ୍ୟକ୍ରମକୁ ସିଏ ଶାସ୍ୱତ ତ୍ରିପାଠୀ, କୋଷାଧ୍ୟକ୍ଷ, ସିଏ ପ୍ରଦୀପ କୁମାର ସାହୁ, ପୂର୍ବତନ ଅଧ୍ୟକ୍ଷ ସିଏ ରଂଜନ କୁମାର ପୃଷ୍ଟି, ପୂର୍ବତନ ଅଧ୍ୟକ୍ଷ ସିଏ ଗଗନ ବିହାରୀ ଦାସ, ପରିଚାଳନା କମିଟି ସଦସ୍ୟ ପରିଚାଳନା କରିଥିଲେ |

Leave A Reply

Your email address will not be published.