ନନ୍ଦାହାଣ୍ଡି, ନବରଙ୍ଗପୁର, ଶାସକ ପ୍ରଶାସକ ତା ୦୩/ ୦୭ : ଓଡିଶlର ମାନନୀୟା ଉପମୁଖ୍ଯମନ୍ତ୍ରୀ ଙ୍କ ଆହ୍ଵାନ ତଥା ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ନନ୍ଦାହାଣ୍ଡି ତରଫରୁ ମାଁଙ୍କ ନାମରେ ଗୋଟିଏ ଗଛ କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି । ବଦ୍ରିଗୁଡା ଗ୍ରାମର ଅଙ୍ଗନବାଡି ପ୍ରାଙ୍ଗଣରେ ଜିଲ୍ଲାପାଳ ଡଃ ମିଶ୍ର ଫଳଗଛ ରୋପଣ କରି ଏହି କାର୍ଯ୍ୟକ୍ରମ କ୍ରମର ଶୁଭାରମ୍ଭ କରିଛନ୍ତି । ବ୍ଲକର ୨୫୦ ଜଣ ସ୍ଵୟଂ ସହାୟକ ମହିଳା ମାନେ ଆଜିର ବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳ ଡଃ ମିଶ୍ର ନିଜର ବକ୍ତବ୍ୟରେ କହିଲେଯେ ମା କେବେ ମରେ ନାହିଁ । ମା ମରିଥିଲେ ବି ଅମର । ଜୀବନରେ ହଠାତ ବିପଦର ସମୁଖୀନ ହେଲେ ଆପେ ଆପେ ମା ଶଦ୍ଦଟି ପାଟିରେ ଉଚାରଣ ହୋଇଯାଏ । ସେହି ମା ପାଇଁ ଓଡିଶା ର ମାନନୀୟା ଉପମୁଖ୍ଯ ମନ୍ତ୍ରୀ ଙ୍କ ଆହ୍ଵାନ କ୍ରମେ ଆଜି ଜିଲ୍ଲାରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଚାଲିଛି । ଏଥି ସହିତ ଜିଲ୍ଲାରେ ଦୁଇ ଲକ୍ଷ ସ୍ଵୟଂ ସହାୟକ ମହିଳା ମାନଙ୍କ ଦ୍ଵାରା ଆଠଲକ୍ଷ୍ୟ ବୃକ୍ଷ ରୋପଣ ର ଲକ୍ଷ୍ୟ ରକ୍ଷା ଯାଇଥିବାର ବିଷୟରେ ସୂଚନା ପ୍ରଦାନ କରିଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀର ଉତ୍ତାପ ବଢୁଛି। ଏହାର ପ୍ରଭାବରେ ଅତ୍ୟଧିକ ଗରମ ହେବା, ବନ୍ୟା, ବାତ୍ୟା ଓ ମରୁଡି ଭଳି ବିପତ୍ତି ଆସୁଛି । ଜଳବାୟୁ ପରିବର୍ତ୍ତନ କୁ ରୋକା ନ ଗଲେ ପୃଥିବୀର ଅନେକ ଅଂଶ ଜଳମଗ୍ନ ହେବ, ଅନେକ ଅଂଶ ମରୁଭୂମିରେ ପରିବର୍ତ୍ତନ ହେବ। ଏହାଦ୍ବାରା ଜୀବଜଗତ ଧ୍ଵଂସ ପାଇଯିବ । ପୃଥିବୀ ଓ ଆମ ପରିବେଶକୁ ଧ୍ଵଂସାବଶେଷ ମୁଖରୁ ରକ୍ଷା କରିବା ଆମ ନାଗରିକଙ୍କ ଦାୟିତ୍ଵ । କ୍ରମେ କ୍ରମେ ଲୋପ ଯାଉଥିବା ଗଛପତ୍ର ଜଳବାୟୁ ପରିବର୍ତ୍ତନର ଏକ ପ୍ରମୁଖ କାରଣ । ଜଳବାଯୁ ପରିବର୍ତ୍ତନରେ ଗଛର ଭୂମିକା ବିଷୟରେ ଆଲୋଚନା କରିବା ସହିତ ପ୍ରତ୍ଯେକ ଗ୍ରାମରେ ମା ଙ୍କ ନାମରେ ଗୋଟିଏ ଗଛ ଟିଏ ଲଗାଇବା ପାଇଁ ପ୍ରତ୍ଯେକ ବ୍ୟକ୍ତି ବିଶେଷଙ୍କୁ ଅନୁରୋଧ କରିଛନ୍ତି।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ କଲ୍ଯାଣ ବିଭାଗ ଅଧିକାରୀ ଶିବାନୀ ଗୁହା , ନନ୍ଦହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ , ଉଦ୍ୟାନ ବିଭାଗର ଉପନିର୍ଦେଶକ ଚନ୍ଦ୍ର ମୋହନ ସାହୁ , ଫରେଷ୍ଟର ରିତେଶ ସୁନା , ଜିଲ୍ଲା ମିଶନ ଶକ୍ତି ସଂଯୋଜକ ହର୍ଷାନନ୍ଦ ପ୍ରଧାନ , ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ଜିଲ୍ଲା ମମତା ସଂଯୋଜକ ବିଶୋଜିତ ମହାନ୍ତି, ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ନନ୍ଦାହାଣ୍ଡି ସିଡିପିଓ ଶସ୍ମିତା ବାଳା ମହାନ୍ତି ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସୁପରଭାଇଜର ମନିକା ସରକାର ,ଶାନ୍ତିଲତା ଭୂମିଆଁ, ସଂଗୀତା ଦାସ , ନିକିସା ନାୟକ ,ବ୍ଲକ ପୋଷଣ ସଂଯୋଜକ ଚରଣସିଂ ବିଶି , ମମତା ସଂଯୋଜିକା ସୁପ୍ରଭା ତ୍ରିପାଠୀ , ସାହୁ , ଉଦ୍ୟାନ ବିଭାଗର ଉପନିର୍ଦେଶକ ଚନ୍ଦ୍ର ମୋହନ ସାହୁ , ଫରେଷ୍ଟର ରିତେଶ ସୁନା , ଜିଲ୍ଲା ମିଶନ ସାହୁ , ଉଦ୍ୟାନ ବିଭାଗର ଉପନିର୍ଦେଶକ ଚନ୍ଦ୍ର ମୋହନ ସାହୁ , ଫରେଷ୍ଟର ରିତେଶ ସୁନା , ମିଶନ ଶକ୍ତି ବ୍ଲକ କାର୍ଯ୍ୟ କ୍ରମ ସଂଯୋଜକ ମାମୁନ କୁମାର କର , ସହ ସଂଯୋଜକ ସର୍ବେସ କୁମାର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post