ନୂଆପଡ଼ା ଜିଲ୍ଲା ରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ନେଇ ସଚେତନ ଶିବିର ଅନୁଷ୍ଠିତ

5

ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ୍ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ନୂତନ ଅପରାଧ ଆଇନ କାର୍ଯ୍ୟକାରିତା ନେଇ ଅନେକ ସଚେତନ ଶିବିର ଅନୁଷ୍ଠିତ ହୋଇଯଇଅଛି। ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ପରିସର ମଧ୍ୟରେ ଏହି ନୂତନ ଅପରାଧ ଆଇନ କାର୍ଯ୍ୟକାରିତା ନେଇ ସଚେତନ ସଭା ଅନୁଷ୍ଠିତ। ଜିଲ୍ଲାପାଳ ହେମକାନ୍ତ ସାଏ, ପୋଲିସ ଆରକ୍ଷୀ ଅଧିକ୍ଷକ ଜି ଆର ରାଘବେନ୍ଦ୍ର ଯୋଗ ଦେଇ ତିନି ଗୋଟି ଆଇନ ଲାଗୁ ହେବା ଦ୍ବାରା ନାଗରିକଙ୍କୁ ଏହାର ସହାୟକ ନେଇ ସଚେତନ କରିଥିଲେ। ଜିଲ୍ଲା ର ସମସ୍ତ ଥାନ ପରିସର ମଧ୍ୟରେ ସଚେତନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ କର୍ମଚାରୀ ଏବଂ ସାମ୍ବାଦିକ, ସଚେତନ ନାଗରିକ ମାନେ ଯୋଗ ଦେଇଥିଲେ। ୧୮୬୦ ଭାରତୀୟ ଦଣ୍ଡ ସଂହିତା କୁ ୨୦୨୩ ଭାରତୀୟ ନ୍ୟାୟ ସଂହିତା ହୋଇଅଛି। ସେହିପରି ୧୯୭୩ କୋର୍ଟ ଅଫ୍ କ୍ରିମିନାଲ ପ୍ରୋସିଡିଙ୍ଗ କୁ ୨୦୨୩ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଏବଂ ୧୮୭୨ ଭାରତୀୟ ସାକ୍ଷ୍ୟ ଆଇନ କୁ ଭାରତୀୟ ସାକ୍ଷ୍ୟ ଅଧିନିୟମ କରାଯାଇଅଛି।

Leave A Reply

Your email address will not be published.