ନୂଆପଡ଼ା ଜିଲ୍ଲାରୁ କଲିମ ମହମ୍ମଦ କ ରିପୋର୍ଟ୍ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ୱୟଂ ଶାସିତ କଲେଜ, ରାଜନୀତି ବିଭାଗ ର ପ୍ରାଧ୍ୟାପକ ପଦ୍ମଲୋଚନ ବର୍ମା ଙ୍କୁ ପଦୋନ୍ନତି। ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିକ୍ଷା ନିୟନ୍ତ୍ରକ, ସ୍ନାତକ ଓ ସ୍ନାତକୋତ୍ତର ବିଭାଗ ର ମୁଖ୍ୟ ଡକ୍ଟର ପଦ୍ମଲୋଚନ ବର୍ମାଙ୍କୁ ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାର ତାଙ୍କ କାଯ୍ୟକଳାପ ରେ ସନ୍ତୁଷ୍ଟ ହୋଇ କଣ୍ଟାବାଜିଂ ଭୋକେସନାଲ କଲେଜର ପ୍ରିନ୍ସିପାଲ ସହ ଇନଚାର୍ଜ ସେକ୍ରେଟେରି ଦାୟିତ୍ବ ତୁଲାଇବା ପାଇଁ ପଦୋନ୍ନତି କରିଛନ୍ତି। ଡ.ପଦ୍ମ ଲୋଚନ ବର୍ମା ଶିକ୍ଷାବିତ ସହ ମେଲାପି ଓ ସମାଜ ସଂସ୍କାରକ ଅଟନ୍ତି। ପଶ୍ମିମ ଓଡିଶା ର ଦାଦନ ସମସ୍ୟା ହେଉ କିମ୍ବା ଆଦିବାସୀ ଓ ପଛୁଆ ବର୍ଗ ଦଳିତ ଓ ମାନାବାଧିକାର ସମସ୍ୟା ର ନିରାକରଣ ନିମନ୍ତେ ଜାତୀୟ ତଥା ଆନ୍ତର୍ଜାତିୟ ସ୍ତର ରେ ଅନେକ ବିଶ୍ବ ବିଦ୍ୟାଳୟ ମାନଙ୍କ ରେ ନିଜ ଲେଖନୀ କିମ୍ବା ପେପର ପ୍ରେଜେଣ୍ଟ କରି ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ଏହା ବ୍ୟତିତ ବୋଡେନ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ରେ ତାଙ୍କ ଅଧ୍ୟାପକ କାଯ୍ୟକାଳ ସମୟ ରେ କଲେଜ ର ବିଲଡିଂ ଗୃହ ପ୍ରତିଷ୍ଠା ଠାରୁ ନେଇ ବଣପାହାଡ ଘେରା ଆଦିବାସୀ ବହୁଳ ଅଞ୍ଚଳ ରେ ଅସଂଖ୍ୟ ଛାତ୍ର ଛାତ୍ରି ମାନଙ୍କୁ ଶିକ୍ଷା ପ୍ରତି ରୁଚି ଜାଗ୍ରତ କରିବା ଚେଷ୍ଟା ପ୍ରଶଂସନୀୟ ଅଟେ।
Sign in
Sign in
Recover your password.
A password will be e-mailed to you.