ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗରେ ବିଶ୍ୱନାଥ ସ୍ୱାଇଁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛିା ଲୋକସମ୍ପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସରୋଜ କୁମାର ସାମଲ ସେବାନିବୃତ୍ତ କର୍ମଚାରୀ ଶ୍ରୀ ସ୍ୱାଇଁଙ୍କ ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲୋ ଏ ଅବସରରେ ନିର୍ଦ୍ଦେଶକ ଶ୍ରୀ ସାମଲ କହିଛନ୍ତି, ଶ୍ରୀ ସ୍ୱାଇଁଙ୍କ କର୍ମତତ୍ପରତା ଓ ନିଃସ୍ୱାର୍ଥପର ସେବା ଓ ବ୍ୟକ୍ତିଗତସ୍ତରରେ ସମାଜସେବା ମନୋଭାବ ସର୍ବଦା ପ୍ରଶଂସନୀୟ ହୋଇ ରହିବା ସେ ଥିଲେ ବିଭାଗର ଅଭିଜ୍ଞତାସଂପନ୍ନ ଓ ନିଷ୍ଠାପର କର୍ମଚାରୀା ତାଙ୍କ ଅନୁପସ୍ଥିତି ବିଭାଗର ଅନ୍ୟ କର୍ମଚାରୀମାନଙ୍କ ପାଇଁ ଦୁଃଖଦ ରହିବ ବୋଲି ଶ୍ରୀ ସାମଲ ମତ ବ୍ୟକ୍ତ କରିଛନ୍ତିା
ଏହି ଅବସରରେ ନିର୍ଗମନ ଶାଖାରେ କାର୍ଯ୍ୟରତ ଶ୍ରୀ ସ୍ୱାଇଁ ନିଜର କର୍ମମୟ ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ବିଭାଗ ତରଫରୁ ପାଇଥିବା ସ୍ନେହ ଓ ଶ୍ରଦ୍ଧା ପାଇଁ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲୋ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଓ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ ସ୍ୱାଇଁଙ୍କ ଅବସରକାଳୀନ ଜୀବନ ନିମନ୍ତେ ଶୁଭେଚ୍ଛା ଜଣାଇ ତାଙ୍କର ପ୍ରସଂଶା କରିଥିଲୋ ଶେଷରେ ନିର୍ଦ୍ଦେଶକ ଶ୍ରୀ ସାମଲ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଶୁଭକାମନା ଜ୍ଞାପନ କରିଥିଲୋ
Sign in
Sign in
Recover your password.
A password will be e-mailed to you.
Next Post