ପଦ୍ମପୁର :- ବରଗଡ ଜ଼ିଲ୍ଲା ବିଜେପୁର ମିଶନ ଶକ୍ତି ଭବନ ଠାରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସିଡିପିଓ ଆମୀରେକେନ ଏକ୍କା ମୁଖ୍ୟଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିଥିଲେ l ବିପିସିଏ ନରେଶ ବରିହା , ବି ଏଲ୍ ଏଫ୍, ଫେଡ଼ିରେକେସନ ସଭ୍ୟା ଓ ଏସ୍ ଏଚ୍ ଜି ସଭ୍ୟା, ଜ଼ିଲ୍ଲାପରିଷଦ ସୁଶାନ୍ତ ଗଡ଼ତିଆ ଏବଂ ବହୁ ମାତ୍ରାରେ ମିଶନ ଶକ୍ତି ର ସଭ୍ୟା ମାନେ ଉପସ୍ଥିତ ଥିଲେ l ପ୍ରଥମେ ସିଡିପିଓ ଶ୍ରୀମତୀ ଏକ୍କା ବୃକ୍ଷର ମହତ୍ୱ ତଥା କିପରି ପରିବେଶ ତଥା ଜଳବାୟୁ ଉପରେ ପ୍ରତ୍ୟକ୍ଷ ଭାଵରେ ପ୍ରଭାବ ପକାଉଛି ସେ ଉପରେ ବକ୍ତବ୍ୟ ରଖି ସମସ୍ତଙ୍କୁ ବୃକ୍ଷରୋପଣ କରି ସମସ୍ତଙ୍କୁ ତାର ନିଜ ମା ପରି ଯତ୍ନ ନେବାପାଇଁ ଅନୁରୋଧ କରିଥିଲେ lଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁଵିକାଶ ମନ୍ତ୍ରୀ ଓଡିଶା ସରକାର ଶ୍ରୀମତୀ ପ୍ରଭାତୀ ପରିଡା ଭୁବନେଶ୍ୱର ରେ “ମା ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ପରେ ସାରା ଓଡିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି l
Sign in
Sign in
Recover your password.
A password will be e-mailed to you.