ଜଗତସିଂହପୁର,ତା-୨୯.୦୬.୨୦୨୪/ସୁମନ୍ତ କୁମାର ଦାସ; ଆଜି ପୂର୍ବାହ୍ନ ରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଜଗତସିଂପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସମନ୍ୱିତ ରୋଗ ସର୍ବେକ୍ଷଣ (ମ୍ୟାଲେରିଆ,ଡେଙ୍ଗୁ,ଡାଇରିଆ, ଯକ୍ଷ୍ମା,କୁଷ୍ଠ,ଫାଇଲେରିଆ, ହେପାଟାଇଟିସ,ଓ ଟୀକାକରଣ) ଇତ୍ୟାଦିର ସମନ୍ୱୟ ବୈଠକ ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ,ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ଆସନ୍ତା ୧ ଜୁଲାଇ ଠାରୁ ୩୧ ଅଗଷ୍ଟ୍ (୨ ମାସ) ଧରି କରାଯିବ ,ଯେଉଁ ଥିରେ ଆଶା କର୍ମୀ ମାନେ ଗ୍ରାମୀଣ ଓ ସହରାଞ୍ଚଳରେ ଘରକୁ ଘର ବୁଲି ସର୍ବେକ୍ଷଣ କରିବେ। ସମସ୍ତ ବିଭାଗ ଯଥା ଶିକ୍ଷା,ପୌରାଞ୍ଚଳ ବିଭାଗ,ମହିଳା ଓ ଶିଶୁ ବିଭାଗ, ମିଶନ୍ ଶକ୍ତି,ଜିଲ୍ଲା ମଙ୍ଗଳ ଉନ୍ନୟନ ବିଭାଗ,ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ସହିତ ସ୍ବାସ୍ଥ୍ୟ ବିଭାଗୀୟ ସମସ୍ତ ଅଧିକାରୀଙ୍କ ସମନ୍ୱୟରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାପାଳ ସବିଶେଷ ଆଲୋଚନା କରି ପରାମର୍ଶ ଦେଇଥିଲେ। ବିଶେଷ ଭାବରେ ଡେଙ୍ଗୁ ସଚେତନତା ଓ ମଶା ବଂଶ ଦମନ ପାଇଁ ପୌରାଞ୍ଚଳରେ ମଶା ଧୂଆଁ ପ୍ରୟୋଗ, ମଶା ତେଲ,ନାଳ ନର୍ଦ୍ଦମା ସଫେଇ ଓ ଅଳିଆ ଆବର୍ଜ୍ଜନା ସଫା କରିବା , ରାସ୍ତା କଡ , ପାନୀୟଜଳ ଟ୍ୟାଙ୍କର ଓ ଡ୍ରେନ୍ ପାଖରେ ବ୍ଲିଚିଙ୍ଗ ପକାଇବା ,ଜମି ରହିଥିବା ପୁରୁଣା ଟାୟାର, ପଇଡ ଖୋଳ,ସଢେଇ ଆଦି କୁ ସଫା କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମୀଣ ସ୍ତରରେ ଗାଁ କଲ୍ୟାଣ ସମିତି ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମକୁ ତ୍ଵରାନିତ୍ଵ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାରେ ପ୍ରତ୍ୟେକ ଘର ଘର ବୁଲି ଆଶା ଦିଦି ଓ ଆର୍ ଏସ ଏବଂ ଜିଙ୍କ ବଟିକା ପ୍ରଦାନ କରିବା ସହିତ ଜ୍ଵର, କାଶ କିମ୍ବା ଫାଇଲେରିଆ ରୋଗୀ ଥିଲେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ କୁ ସୂଚନା ପ୍ରଦାନ କରିବେ।ଗୋଷ୍ଠୀ ସ୍ତରରେ ହାତଧୁଆ କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚନା କରାଯାଇଥିଲା। ବିଦ୍ୟାଳୟ ସ୍ତରରେ ପ୍ରତ୍ୟେକ ସୋମବାର ପ୍ରାର୍ଥନା ପରେ ପରେ ଛାତ୍ର ଛାତ୍ରୀ ମାନେ ସାମୁହିକ ହାତଧୁଆ ପଦ୍ଧତି ଅଭ୍ୟାସ କରିବେ ଓ ସ୍ବାସ୍ଥ୍ୟ ଭିତ୍ତିକ ବାର୍ତ୍ତା ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ଶିକ୍ଷକ ଶିକଷୟିତ୍ରୀମାନେ ପ୍ରଦାନ କରିବେ।ଗର୍ଭବତୀ ମହିଳା ଓ ଜନ୍ମ ରୁ ୫ବର୍ଷ ଶିଶୁ ନେଇ ନଥିବା ଟୀକା ପ୍ରଦାନ କରାଯିବ।ଏହା ସହିତ ଯକ୍ଷ୍ମା ଓ କୁଷ୍ଠ ରୋଗର ନିରାକରଣ ପାଇଁ ଆଶା କର୍ମୀ ମାନଙ୍କ ଦ୍ୱାରା ସର୍ବେକ୍ଷଣ କରାଯାଇ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯିବ। ଗୋଦର ରୋଗୀଙ୍କୁ ଗୋଦର ଅଙ୍ଗର ଯତ୍ନ ଏବଂ ବ୍ୟାୟାମ କରିବା ପାଇଁ ପରାମର୍ଶ ଦିଆଯିବ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଶତ୍ରୁଘ୍ନ ଦାସ, ପ୍ରୋଜେକ୍ଟ ଡାଇରେକ୍ଟର (ଜିଲ୍ଲା ପୌରାଞ୍ଚଳ ଉନ୍ନୟନ ଅଧିକାରୀ) ଶ୍ରୀ ହେମନ୍ତ କୁମାର ସ୍ବାଇଁ,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ଉନ୍ନୟନ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ , ଜଗତସିଂହପୁର ମୁନିସିପାଲିଟି ନିର୍ବାହୀ ଅଧିକାରୀ, ଅତିରିକ୍ତ ଜିଲ୍ଲା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ପ୍ରମୋଦ କୁମାର ବାରିକ୍,ଡି.ପି.ଏମ ଚକ୍ରଧର ଜେନା,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି,ଜିଲ୍ଲା ମଶା ବାହିତ ରୋଗ ଓ ପରାମର୍ଶ ଦାତା ଅସିତ୍ ଦାସ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଆଶା ମ୍ୟାନେଜର ଅମିତା ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ୍ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post