ଗୁଣପୁର ମିଡିଆ କ୍ଲବ୍ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ : ରଘୁ ନନ୍ଦନ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ।

5

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ମଣିଷ ହୋଇ ଅମଣିଷର ପରିଚୟ ଦେଲେ ପୂର୍ବତନ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ। ଭୁଲିଗଲେ ମାନବିକତା, ମହିଳା ସାମ୍ବାଦିକଙ୍କ ଉପରକୁ ଛାଡିଦେଲେ କୁକୁର। ଆଉ ଗର୍ବର ସହ କହିଲେ ହଁ ମୁଁ ଛାଡି ଦେଲି କୁକୁର । ମିଡ଼ିଆ କ୍ଲବ ଗୁଣପୁର ପକ୍ଷରୁ ସମସ୍ତ ସାମ୍ବାଦିକ ଉପଜିଲ୍ଲାପାଳ ଓ ଏସଡିପିଓ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାଶ ଙ୍କ ଦ୍ଵାରା ସାମ୍ବାଦିକା ସୁଶ୍ରୀ ଚିନ୍ମୟୀ ସାହୁ ଓ ତାଙ୍କ ସହ ଥିବା କ୍ୟାମେରା ମ୍ୟାନ୍ ଙ୍କ ପ୍ରତି ହୋଇଥିଵା ଘୃଣ୍ୟ ଅପରାଧ କୁ ଦୃଢ଼ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ଦାବୀ କରିଛନ୍ତି। ସ୍ଥାନୀୟ ଉପଜିଲ୍ଲାପାଳ ଓ ଏସ୍.ଡି.ପି.ଓ ଙ୍କ ଜରିଆରେ ଓଡ଼ିଶାର ନବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ କୁମାର ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନେ ପୂର୍ବତନ ମନ୍ତ୍ରୀଙ୍କ ଦ୍ଵାରା ସାମ୍ବାଦିକା ଙ୍କ ପ୍ରତି କୁକୁର ଦ୍ଵାରା କରାଯାଇଥିବା ଆକ୍ରମଣ କୁ ତୀବ୍ର ନିନ୍ଦା କରିଥିଵା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଜାରି କରି , ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡବିଧାନ ଦେବା ନିମନ୍ତେ ଅନୁରୋଧ କରିଅଛନ୍ତି। ଏହି ସ୍ମାରକପତ୍ର ପତ୍ର ପ୍ରଦାନ ସମୟରେ ମିଡ଼ିଆ କ୍ଲବ ଗୁଣପୁର ସଭାପତି ଶ୍ରୀ ଅନିଲ୍ ସାହୁକାର, ଆବାହକ ଶ୍ରୀ ଜିତେନ୍ଦ୍ର କୁମାର ଶତପଥୀ, ସମ୍ପାଦକ ଶ୍ରୀ ଜଗନ୍ନାଥ ମହାନ୍ତି, ଙ୍କ ସହ ମହେଶ ପାଟଖଣ୍ଡଲା,ଅନିଲ୍ ଚୌଧୁରୀ, ଲକ୍ଷ୍ମୀ ମହାଙ୍କୁଡ, ଦିଲିପ୍ ରାଜଗୁରୁ ମହାପାତ୍ର, ସିଲା ଗମାଙ୍ଗ, ସୁନିଲ୍ କୁମାର ସାବତ, କୃଷ୍ଣ ଚନ୍ଦ୍ର ରାଜଗୁରୁ ମହାପାତ୍ର, ଦୀପକ୍ କୁମାର ପଣ୍ଡା ଉପସ୍ଥିତ ଥିଲେ।

 

Leave A Reply

Your email address will not be published.