ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ଭଞ୍ଜନଗର ପୁରୁଣା ବଜାର ସାହିରେ “ଲିଭିଗ୍ଂ କାଫେ” ର ଉଦ୍ଘାଟନ ହୋଇଛି। ଏଥିରେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଓ ନଗର ପାଳ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଯୋଗଦାନ କରିଥିଲେ।
ପ୍ରଥମେ ମାନ୍ୟବର ବିଧାୟକ ଓ ନଗର ପାଳ କାଫେ ରେ ପହଞ୍ଚିବା ମାତ୍ରେ କାଫେ ମାଲିକ ଶ୍ରୀ ବଦ୍ରିନାରାୟଣ ପାତ୍ର, ସନ୍ତୋଷ କୁମାର ପାତ୍ର ଙ୍କ ସହଯୋଗ ରେ ସମସ୍ତେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରିୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ନଗର ପାଳ ସହିତ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ କାଫେ ର ରିବନ୍ କାଟି ଶୁଭ ଉଦ୍ଘାଟନ କରିଥିଲେ। ଏଥିରେ ସହର ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ ଓ କାଫେ ର ଆନନ୍ଦ ପାଇଥିଲେ। ସମ୍ନାନନୀୟ ଅତିଥି ମାନେ କାଫେରେ ଆତିଥ୍ୟ ଗ୍ରହଣ କରିସାରିବା ପରେ। ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ଭଞ୍ଜନଗର ସହର ପାଇଁ ଏପରି ଏକ ସ୍ଵଛ, ସୁନ୍ଦର ଓ ଜନସାଧାରଣ ଙ୍କ ଇଛାନୁସାରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ ହୋଇପାରୁଥିବା କାଫେର ଆବଶ୍ୟକତା ଥିଲା। ତାହା ଆଜି ଏଠାରେ ପୁରଣ ହୋଇପାରିଛି। ତେଣୁ ସମସ୍ତେ ଆସନ୍ତୁ ଓ ଯଥାଚିତ ମୁଲ୍ୟରେ ଏଠାରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ଖାଦ୍ୟ ବ୍ୟଞ୍ଜନ ର ସ୍ଵାଦ ଗ୍ରହଣ କରନ୍ତୁ।