ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ “କଲ୍ ବିଫୋର ୟୁ ଡିଗ’ ଆପ୍ ସମ୍ପର୍କରେ ସଚେତନତା କର୍ମଶାଳା ଅନୁଷ୍ଠିତ

6

ଭୁବନେଶ୍ୱର:ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସ୍ୱତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସିବିୟୁଡି(CBuD) ମୋବାଇଲ ଆପ୍ ଉପଯୋଗ ଏବଂ ବ୍ୟବହାର ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା ସିବିୟୁଡି (CBuD) ହେଉଛି ଏକ ଅନଲାଇନ୍ ପ୍ଲାଟଫର୍ମ ଯାହା ଦ୍ୱାରା ରାସ୍ତାପାର୍ଶ୍ୱ ଖନନ କାର୍ଯ୍ୟ ସମୟରେ ଖନନ ଏଜେନ୍ସି ଏବଂ ଭୂତଳ ୟୁଟିଲିଟି ସେବା ଯୋଗାଇଥିବା ସଂସ୍ଥାମାନଙ୍କ ମଧ୍ୟର ସମନ୍ୱୟ ସ୍ଥାପନ କରିବାରେ ସହାୟକ ହେବା

Imageଏହି ମୋବାଇଲ ଆପର ବ୍ୟବହାର ଦ୍ୱାରା ଭୂତଳରେ ଦେଇ ଯାଇଥିବା ବିଭିନ୍ନ ଜରୁରୀ ଉପକରଣ ଯଥା ପାଣି ଲାଇନ, ଟେଲିଫୋନ କେବଲ ଇତ୍ୟାଦି କ୍ଷୟକ୍ଷତିରୁ ବଞ୍ଚିପାରିବା ୧୮ ଜଣ କର୍ମଶାଳାରେ ପ୍ରତ୍ୟକ୍ଷ ରୂପେ ଯୋଗଦେଇଥିଲେ ଏବଂ ୧୦ ଟି ଜିଲ୍ଲାର ବିଭିନ୍ନ ବ୍ଲକ ଓ ତହସିଲରୁ ୪୦୦ରୁ ଉର୍ଧ୍ଵ ଅଂଶଗ୍ରହଣକାରୀ ଭିିଡ଼ିଓ କନଫରେନ୍ସିଂ ଜରିଆରେ ଯୋଗଦେଇଥିଲେ | ଏହି କର୍ମଶାଳାରେ ୪୦୦ରୁ ଉର୍ଧ୍ଵ ଭାଗନେଇଥିଲୋ

Imageଶେଷରେ ଡେପୁଟି ଡ଼ାଇରେକ୍ଟର ଜେନେରାଲ (ଡି.ଡି.ଜି), ଓଡ଼ିଶା ଏକ ବୈଷୟିକ ଉପସ୍ଥାପନା ମାଧ୍ୟମରେ ଏହି ସଫଫେଓ୍ୱର ଏବଂ ମୋବାଇଲ ଆପର ବ୍ୟବହାର ସମ୍ପର୍କରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ ଏବଂ ଏହି କର୍ମଶାଳା ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ପରିସମାପ୍ତି ହୋଇଥିଲାା

 

Leave A Reply

Your email address will not be published.