ପାନୀୟଜଳ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତିରାଜ ସଚିବଙ୍କ ସହ ସାରଦାଙ୍କ ଆଲୋଚନା

5

ପାନୀୟଜଳ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ସହିତ ଜଳ ଯୋଗାଣ ସମସ୍ୟାର ତୁରନ୍ତ ସମାଧାନ କରିବାକୁ କହିଲେ ମାହାଙ୍ଗା ବିଧାୟକ

ଭୁବନେଶ୍ୱର, ୨୭ । ୦୬ : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ପ୍ରତି ଘରେ କିପରି ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ ସେ ନେଇ ଆଜି ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରସାଦ ପ୍ରଧାନ ପଞ୍ଚାୟତରାଜ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏସ୍. କେ. ଲୋହାନି ଙ୍କ ସହ ଆଲୋଚନା କରିଛନ୍ତି ।
ନିର୍ବାଚନମଣ୍ଡଳୀରେ କାର୍ଯ୍ୟକାରୀ ହେଉଥିବା ପାନୀୟଜଳ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ସହିତ ଜଳ ଯୋଗାଣ ନେଇ ଯେଉଁସବୁ ସ୍ଥାନରେ ସମସ୍ୟା ରହିଛି ତାହାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନିଙ୍କୁ କହିଥିଲେ ।
କେବଳ ପାନୀୟ ଜଳ ନୁହେଁ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଅନ୍ୟ ସମସ୍ତ ଯୋଜନାରୁ ଯେଭଳି ନିର୍ବାଚନମଣ୍ଡଳୀର ଲୋକେ ଉପକୃତ ହେବେ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନି ଏ ବିଷୟରେ ସମୀକ୍ଷା କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ପ୍ରମୁଖ ଶାସନ ସଚିବଙ୍କ ଏଭଳି ସକରାତ୍ମକ ପଦେକ୍ଷପ ପାଇଁ ବିଧାୟକ ଶ୍ରୀ ପ୍ରଧାନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

Leave A Reply

Your email address will not be published.