ରକ୍ତଭଣ୍ଡାର ର କୃତ୍ରିମ ରକ୍ତ ଅଭାବ ରେ ହନ୍ତସନ୍ତ ରୋଗୀ

5

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ରକ୍ତ ଭଣ୍ଡାରରେ ଅବ୍ୟବସ୍ଥା ,ରକ୍ତଥାଇ ବି ମିଳୁନି ରୋଗୀକୁ ରକ୍ତ | କୌଣସି କାରଣରୁ ସନ୍ତୋଷିନୀ ଗୌଡ଼ ନାମକ ମହିଳା ଭଞ୍ଜନଗର ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ରକ୍ତ ଆବଶ୍ୟକ ହେବାରୁ ରକ୍ତଭଣ୍ଡାର ସହ ପରାମର୍ଶ କରିଥିଲେ । କିନ୍ତୁ ସେଠାରେ ରକ୍ତ ନାହିଁ ବୋଲି ରକ୍ତ ଭଣ୍ଡାରର କାର୍ଯ୍ୟରତ କର୍ମଚାରୀମାନେ ପ୍ରକାଶ କରିଥିଲେ । ୨୬ ତାରିଖ ଦିନ ଜଣେ ସ୍ୱେଚ୍ଛାସେବୀ ଚନ୍ଦନ କୁମାର ଗୌଡ଼ ନାମକ ଯୁବକ ଆସି ଭଞ୍ଜନଗର ମୁଖ୍ୟ ଡାକ୍ତରଖାନା ପରିସର ରେ ଥିବା ରକ୍ତଭଣ୍ଡାର ରେ ରକ୍ତ ପ୍ରଦାନ କରିଥିଲେ । ସେ ରକ୍ତ ପ୍ରଦାନ ସମୟରେ ତାଙ୍କ ସାଥୀରେ ଯାଇଥିବା ଜଣେ ବନ୍ଧୁ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପ୍ରଶ୍ନ କରିଥିଲେ କି ୨୩ ତାରିଖରେ କବି ସମ୍ରାଟ ମିଡ଼ିଆ କ୍ଲବ ଦ୍ୱାରା ଆୟୋଜିତ ରକ୍ତ ଦାନ ଶିବିରରୁ ୧୧୪ ଗୋଟି ରକ୍ତ ସଂଗ୍ରହ ହୋଇଥିଲା ତାହା କ’ଣ ସରିଗଲା ? ସେତେବେଳେ ଜୈନେକ କର୍ମଚାରୀ ଉତ୍ତରରେ କହିଥିଲେ ରକ୍ତଦାନ ଶିବିରରୁ ଆସିଥିବା ରକ୍ତ ଟେଷ୍ଟ୍ ହୋଇନାହିଁ । କାରଣ ଟେଷ୍ଟ ପାଇଁ ଆବଶ୍ୟକ ଟେଷ୍ଟ କିଟ୍‍ ସରି ଯାଇଛି ଯାହା ଆସିବାକୁ ୫ ରୁ ୭ଦିନ ଲାଗିବ । ଏ ଖବର ଯେତେବେଳେ ଆମ ପ୍ରତିନିଧି ଶୁଣିବାକୁ ପାଇଲେ ଆଜି ଜୁନ୍ ୨୭ ତାରିଖ ଗୁରୁବାର ଦିନ ସକାଳ ୧୦ଘଣ୍ଟ ୪୫ମି. ସମୟରେ ରକ୍ତ ଭଣ୍ଡାରରେ ପହଞ୍ଚିଥିଲେ । ସେଠାରେ ଲାଗିଥିବା ଡ଼ିସ୍ପ୍ଲେ ବୋର୍ଡ଼ରେ ମାତ୍ର ୧୦ଟି ରକ୍ତ ଷ୍ଟକ୍‍ ଅଛି ଥିବାର ଦେଖଥିଲେ । କର୍ମଚାରୀମାନଙ୍କୁ ପଚାରିବାରୁ ସେମାନେ କହିଥିଲେ ଟେଷ୍ଟ ଚାଲିଛି । ଟେଷ୍ଟ ହେବାକୁ ସମୟ ଲାଗୁଛି । କର୍ମଚାରୀ ଅଭାବ । ଏଇଠି ପ୍ରଶ୍ନ ଉଠୁଛି ୨୩ତାରିଖ ଠାରୁ ଆସିଥିବା ରକ୍ତ ୨୭ ତାରିଖ ପର୍ଯ୍ୟନ୍ତ କାମରେ ଲାଗୁ ନାହିଁ । ଏଇଟା କ’ଣ କର୍ମଚାରୀମାନଙ୍କ ଅବହେଳା ନୁହେଁ କି ? ପୁଣି କାଲି ସୁଦ୍ଧା ଟେଷ୍ଟ କିଟ୍‍ ନାହିଁ ବୋଲି କହୁଥିବା କର୍ମଚାରୀମାନେ ଆଜି କେଉଁଠୁ ଟେଷ୍ଟ କିଟ୍ ଆସିଗଲା । ଯେଉଁଠି ରକ୍ତ ନ ପାଇ ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ସେଠାରେ ଦୀର୍ଘ ୪ଦିନ ହେଲା ରକ୍ତ ଆସି ରକ୍ତ ଭଣ୍ଡାରରେ ଥିଲେ ମଧ୍ୟ ତାହା ରୋଗୀଙ୍କ ବ୍ୟବହାରରେ ଲାଗୁନାହିଁ । ପ୍ରକାଶଥାଉକି ଏହି ରକ୍ତ ଭଣ୍ଡାରରେ ଭଞ୍ଜନଗର ଉପଖଣ୍ଡ ସାହିତ କନ୍ଧମାଳ ଓ ନୟାଗଡ଼ର ଅନେକ ରୋଗୀ ଭରସା କରନ୍ତି । ଏଠାରେ କହି ରଖୁଛୁ ୧୧୪ଗୋଟି ରକ୍ତ ପରୀକ୍ଷା ହେବା ପାଇଁ ୪ ଦିନରୁ ଅଧିକ ସମୟ ଲାଗୁଛି ତେବେ ଆଗାମୀ ୦୪.୦୭.୨୦୨୪ରେ ନବନିର୍ବାଚିତ ବିଧାୟକ ଏକ ରକ୍ତ ଦାନ ଶିବିର ଆୟୋଜନ କରୁଛନ୍ତି ଏବଂ ଲକ୍ଷ୍ୟ ରଖିଛନ୍ତି ୧୦୦୦ ୟୁନିଟ୍‍ ସଂଗ୍ରହ ପାଇଁ। କିନ୍ତୁ ତାହା ଟେଷ୍ଟ ହେବା ପାଇଁ ଭଞ୍ଜନଗର ରକ୍ତଭଣ୍ଡାରର କର୍ମଚାରୀ ମାନଙ୍କୁ କେତେ ଦିନ ଲାଗିବ ?

Leave A Reply

Your email address will not be published.