ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ ଥିବା ବିଭିନ୍ନ ବିଦ୍ୟାଳୟର ଥିବା ସମସ୍ୟାକୁ ନେଇ ଆଜି ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି I ବିଶେଷ କରି ବ୍ଳକ୍ ରେ ଏକକ ଶିକ୍ଷକ ଥିବା ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ସମସ୍ୟା ସମାଧାନ ଏବଂ 2023/24 ଶିକ୍ଷା ବର୍ଷରେ ମାଗଣା ପୋଷାକରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ଯଥା ଶୀଘ୍ର ପୋଷାକ ପ୍ରଦାନ ସମ୍ପର୍କରେ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଥିଲା I ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ନେତୃତ୍ୱରେ ଉପସଭାପତି ଶଲ୍ୟ ସିଅ,କୋଷାଧ୍ୟକ୍ଷ ଶଙ୍କରନାରାୟଣ ସେଠୀ, ଉପଦେଷ୍ଟା ଶୀତଳ ପ୍ରସାଦ ଜେନା,ରବୀନ୍ଦ୍ର ପାତ୍ର, କ୍ଳଷ୍ଟର୍ ଇନ୍ ଚାର୍ଜ କାଳୁ ଚରଣ ଗୌଡ଼, ମନୋଜ ପଟ୍ଟନାୟକ,ରମେଶ୍ କୁମାର ପାଣିଗ୍ରାହୀ, ଶିଶିର କୁମାର ସ୍ୱାଇଁ ପ୍ରମୁଖ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ ଏବଂ ବରିଷ୍ଠ କିରାଣୀ ଶରତଚନ୍ଦ୍ର ରଥଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ I
Sign in
Sign in
Recover your password.
A password will be e-mailed to you.