ଗୁଣୁପୁର ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରର ୪୩ତମ ବାର୍ଷିକ ଓ କଲ୍ୟାଣ ମହୋସବ ଅନୁଷ୍ଠିତ

5

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ସ୍ଥାନୀୟ ଭେଙ୍କେଟେଶ୍ୱର ମନ୍ଦିର ପରିସରରେ ସ୍ୱାମୀଙ୍କ କଲ୍ୟାଣ ମହୋସବ ସହ ମନ୍ଦିରର ୪୩ତମ ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି / ଏହି ଅବସରରେ ରୀତି ନୀତି ଅନୁସାରେ ସ୍ୱାମୀଙ୍କ କଲ୍ୟାଣ ଓ ହୋମ ଯଜ୍ଞ କରାଯାଇଥିଲା / ବହୁ ଦମ୍ପତ୍ତିମାନେ ସାମିଲ ହୋଇ କଲ୍ୟାଣ ଉତ୍ସବ କରିଥିଲେ।ମନ୍ଦିର ପରିଚାଳନା କମିଟିର ସଭାପତି ବରିଷ୍ଠ ଓକିଲ ଶୁଙ୍କରୀ ଗଣପତି ,ସମ୍ପାଦକ ଲାଡି ସୁରେଶ, କୋଷାଧ୍ୟକ୍ଷ ମାଲା ଲକ୍ଷ୍ମଣ ମୂର୍ତ୍ତି , ଉପସଭାପତି ସୁମନ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ / କମିଟି ପକ୍ଷରୁ ଭକ୍ତଙ୍କ ପାଇଁ ଅନ୍ନଦାନ ବ୍ୟବସ୍ଥା କରାଯାଇଥିଲା /ଏହାକୁ ଗୁଣୁପୁର ସତ୍ୟ ସେବା ସମିତି ର ସଦସ୍ୟମାନେ ସହଯୋଗ କରିଥିଲେ / ଏହି ଉତ୍ସବରେ ଗୁଣୁପୁର ତଥା ଅଞ୍ଚଳର ବହୁ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା /

 

Leave A Reply

Your email address will not be published.