ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ନବ ନିର୍ବାଚିତ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ବେଲଗୁଣ୍ଠା ପଂଚାୟତ ସମିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ବିଧାୟକ ଶ୍ରୀ ବିଷୋୟୀ ବ୍ଳକ୍ ରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆ ନଯିବା ସହିତ ବେଲଗୁଣ୍ଠା ବ୍ଳକ୍ କୁ ରାଜ୍ୟରେ ଏକ ନମ୍ବର୍ ଭାବେ ଗଢ଼ି ତୋଳିବାକୁ ପ୍ରକାଶ କରିଥିଲେ I ଆଜି ମଧ୍ୟାହ୍ନ ବାର ଘଣ୍ଟା ସମୟରେ ବିଧାୟକ ନୀଳମଣି ବିଷୋୟୀ ବେଲଗୁଣ୍ଠା ପଂଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିବା ପରେ ବେଲଗୁଣ୍ଠା ବିଡିଓ ଭାରତୀ ଦେବୀ, ବ୍ଳକ୍ ଅଧ୍ୟକ୍ଷ ପ୍ରତିନିଧି ସୁଶାନ୍ତ ନାୟକ, ସମସ୍ତ ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଧାୟକଙ୍କୁ ସ୍ୱାଗତ କରିଥିଲେ I ଏହାପରେ ବିଧାୟକ ଶ୍ରୀ ବିଷୋୟୀ ଅନୁଷ୍ଠିତ ବ୍ଳକ୍ ସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ I ବର୍ତ୍ତମାନ ମୁଁ କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶ୍ରୟ ଦେବି ନାହିଁ ବୋଲି ପ୍ରକାଶ କରିଥିଲେ ବିଧାୟକ ନୀଳମଣି I ଗରୀବ ଲୋକଙ୍କୁ ନେଇ ରାଜନିତୀ କରଣ ବନ୍ଦ କରିବା ସହ ସର୍ବଦା ଗରୀବ ଲୋକଙ୍କର ସେବା କରିବା ସହିତ ଜନ ସାଧାରଣଙ୍କ ପାଇଁ ଥିବା ସମସ୍ତ ପ୍ରକାର ସରକାରୀ ଯୋଜନାକୁ ସେମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତିଶୃ୍ତି ଦେଇଥିଲେ I ଏହା ସହ ବ୍ଳକ୍ ରେ ହିତାଧିକାରୀ ଚୟନରେ ପାତର ଅନ୍ତର ନୀତି ଛାଡି ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ନିକଟରେ ସରକାରୀ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ I ବିଡ଼ିଓ ଭାରତୀ ଦେବୀ ବୈଠକକୁ ପରିଚାଳନା କରିଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ସମସ୍ତ ଜିଲ୍ଲାପରିଷଦ ସଭ୍ୟ ଓ ସଭ୍ୟା ପ୍ରମୁଖ ମଞ୍ଚାସୀନ ଥିଲେ I ବିଧାୟକ ଶ୍ରୀ ବିଷୋୟୀ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ବ୍ଳକ୍ ର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟଜଳ ଯୋଗାଣ ଭଳି ବିଭାଗ ଗୁଡ଼ିକରେ ଥିବା ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ଦିଗରେ ଉଚିତ୍ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ I କିଛି ବିଭାଗରେ ଦୁର୍ନିତୀ ହୋଇଥିବା ନେଇ ବିଧାୟକ ସୂଚନା ପାଇଥିବାରୁ ସେ ଉଦ୍ବେଗ ପ୍ରକାଶ କରିଥିଲେ Iଦୀର୍ଘ ସତୁରି ବର୍ଷ ପରେ ବେଲଗୁଣ୍ଠା ବ୍ଳକ୍ ରୁ ନୀଳମଣି ବିଷୋୟୀ ବିଧାୟକ ରୂପେ ନିର୍ବାଚିତ ହୋଇଥିବାରୁ ସମସ୍ତେ ଖୁସି ପ୍ରକଟ କରିଥିଲେ I ପ୍ରକାଶ ଥାଉକି ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ପଂଚାୟତ ରତନପୁର ଗ୍ରାମରୁ ପ୍ରଥମ ବିଧାୟକ ଭାବେ ଦୀନବନ୍ଧୁ ବେହେରା ନିର୍ବାଚିତ ହୋଇଥିବା ବେଳେ ଏହା ପରେ ଭଞ୍ଜନଗର ଏବଂ ସୋରଡ଼ାରୁ ବିଧାୟକ ନିର୍ବାଚିତ ହୋଇ ଆସୁଥିଲେ I ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସହକାରୀ ନିର୍ବାହି ଅଧିକାରୀ, କନିଷ୍ଠ ଯନ୍ତ୍ରୀ,ପଂଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ, ସରପଞ୍ଚ,ସମିତିସଭ୍ୟଙ୍କ ସମେତ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ I ମୁଖ୍ୟ କିରାଣୀ ଏସ୍ କେ ପରିଛା ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.