ଦରଦାମ୍ ବୃଦ୍ଧି ନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

5

ଭୁବନେଶ୍ୱର: ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ଦରଦାମ୍ ବୃଦ୍ଧି ସମ୍ପର୍କରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ସମୀକ୍ଷା ବୈଠକ କରିଛନ୍ତିା ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଭି. ଭି. ଯାଦବ ଓ ମାର୍କେଟ ଇନେଲିଜେନ୍ସ ଅଫିସର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଯୋଗାଣ ଓ ମାର୍କେଟ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରାଯାଇ ସେଗୁଡ଼ିକର ବିଶ୍ଳେଷଣ କରାଯାଇଥିଲା ଏବଂ ଦରଦାମ୍ ବୃଦ୍ଧିର କାରଣ ଓ ଏହାର ନିରାକରଣ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲାା
ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ତଥା ଜିଲ୍ଲା ସ୍ତରରେ ପ୍ରତ୍ୟହ ଆବଶ୍ୟକୀୟ ସାମଗ୍ରୀର ମୂଲ୍ୟ ତଥା ଏହାର ଗଚ୍ଛିତ ପରିମାଣ ଯାଞ୍ଚ କରିବା ସଙ୍ଗେ ସଙ୍ଗେ ମୁନାଫାଖୋର ଓ ଗଚ୍ଛିତ ସୀମାଠାରୁ ଅଧିକା ସାମଗ୍ରୀ ଗଚ୍ଛିତ କରି ରଖିଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକୀୟ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତିା ଖାଉଟିମାନେ ଯେପରି ଉଚିତ ମୂଲ୍ୟରେ ଖାଉଟି ସାମଗ୍ରୀ ପାଇପାରିବେ ସେଥିପାଇଁ ଦୃଷ୍ଟିଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତିା ଜରୁରୀକାଳିନ ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ନାଫେଡ୍ ଦ୍ୱାରା ରିହାତି ଦରରେ ଖାଉଟି ମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତିା

Leave A Reply

Your email address will not be published.