ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ଵାତୀର ରୌପ୍ୟଜୟନ୍ତି ଉତ୍ସବରେ ଘୁ.ଉଦୟଗିରି କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ଯୋଗ ଦାନ

5

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ/ଦେବେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ଵାତୀର ରପ୍ୟାଜୟନ୍ତି ସଙ୍ଗଠନର ସଭାପତି ପ୍ରଶାନ୍ତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଘୁ.ଉଦୟଗିରି ଦୁଗୁଡ଼ି ସ୍ଥିତ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ରୌପ୍ୟ ଜୟନ୍ତୀକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷl ସୁଷମା ପ୍ରଧାନ, ଅବସର ପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଘବ ମଲ୍ଲିକ, ଜିଲା ମୁଖ୍ୟ କୃଷି ଅଧିକାରୀ ତୁଷାର କାନ୍ତ ସାମଲ, ସମାଜସେବୀ ସୁଳ ପାଣି ଶତପଥି ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମକୁ ସଙ୍ଗଠନର ସମ୍ପାଦକ ଇ ହରିଶଙ୍କର ରାଉତ ପରିଚାଳନା କରିଥିବା ବେଳେ ପ୍ରଥମେ ଯେତେବେଳେ ସ୍ଵାତୀ ଜନ୍ମ ନେଲା ବର୍ତ୍ତମାନର ନବନିର୍ବାଚିତ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ସେତେବେଳ ସେ ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ l ତାଙ୍କର ସୁପାରିଶ କ୍ରମେ ବର୍ତ୍ତମାନର ଅବସର ପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତତ୍କାଳୀନ ମୁର୍ତିକା ସଂରକ୍ଷଣ ଅଧିକାରୀ ରାଘବ ମଲ୍ଲିକଙ୍କ ପ୍ରେରଣାରେ ସଙ୍ଗଠନ ଏହି ସ୍ଥାନରେ ପହଞ୍ଚି ପରିଛି। ତେଣୁ ସଙ୍ଗଠନ ଏହି ଦୁଇ ଅତିଥିଙ୍କୁ ପାଇ ଆନନ୍ଦିତ। ଉପସ୍ଥିତ ଅତିଥିମାନେ କୃଷିର ବିକାଶ ସାଙ୍ଗକୁ ମାଣ୍ଡିଆ ଚାଷ ଉପରେ ଗୁରୁତ୍ବ ଦେଇ କରିଥିଲେ । ପରେ ଆୟୋଜିତ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇ ସମାଜସେବୀ ଗଦାଧର ନାୟକ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବଳରାମ ସାହୁଙ୍କୁ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ଅରୁଣ କୁମାର ଷଡ଼ଙ୍ଗୀ, ପ୍ରଶନ କୁମାର ମିଶ୍ର, ପତିତପାବନ ସାହୁ, ପ୍ରତାପ ଚନ୍ଦ୍ର ପାଢ଼ୀ, ରାମକୃଷ୍ଣ ଚୌଧୁରୀ ଓ ଗଗନ କୁମାର ପ୍ରଧାନ, ବହୁ ସମାଜସେବୀ ଓ ବୁଦ୍ଧିଜୀବି ଅଂଶଗ୍ରହଣ କରିଥିଲେ । ଆୟୋଜିତ ଡୁଇ ଦିନିଆ ରୋପ୍ୟଜୟନ୍ତୀ ଅବସରରେ ସୋମ ବାର ରକ୍ତଡାନ ଶିବିର ଅନୁଷ୍ଠିତ ହେବ । ଶେଷରେ ପ୍ରଦୀପ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ପରିଚାଳନାରେ ଗିରିଶ ସାମଲ, ରମେଶ ବେହେରା ଓ ବିଶ୍ବରଂଜନ କର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.