ବିଭିନ୍ନତା ମଧ୍ୟର ଏକତା ଭାରତର ସଂପଦ ଓ ସୌନ୍ଦର୍ଯ୍ୟ : ପ୍ର ଗଣେଶୀ ଲାଲ

0

ରାଜଭବନରେ ରାଜ୍ୟପାଳକଙ୍କ ସହ ସିକିମର ୧୬ ଜଣ ଛାତ୍ରଛାତ୍ରୀଙ୍କ ସାକ୍ଷାତ ଆଲୋଚନା

ଭୁବନେଶ୍ୱର(ଶାସକ ପ୍ରଶାସକ) ଭାରତ ସରକାରଙ୍କ ଗୃହ ମଂତ୍ରାଳୟର ‘ଭାରତ ଦର୍ଶନ’ କାର୍ଯ୍ୟକ୍ରମରେ ସିକିମ୍ର ୧୬ ଜଣ ଛାତ୍ରଛାତ୍ରୀ ଓଡ଼ିଶାକୁ ଶୈକ୍ଷିକ ଭ୍ରମଣରେ ଆସିଥିବା ଅବସରରେ ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଥିଲେ । ଏହି କାର୍ଯ୍ୟକ୍ରମ ୪୧ ବାଟାଲିଅମ୍ ଇଣ୍ଡୋ ତିବତିଆନ ବର୍ଡ଼ର ପୋଲିସ ଫୋର୍ସର ପୁଲିସ୍ ଦ୍ୱାରା ପରିଚାଳିତ ହେଉଛି । ଛାତ୍ରଛାତ୍ରୀମାନେ ସେମାନଙ୍କର ଓଡ଼ିଶା ଭ୍ରମଣ ଅନୁଭୂତି ପ୍ରକାଶ କରିବା ସହ ଓଡ଼ିଶାର ଆତିଥ୍ୟ, ପର୍ଯ୍ୟଟନସ୍ଥଳୀ ଓ ସାଧାରଣ ଜୀବନଶୈଳୀ ବେଶ ଆକର୍ଷଣୀୟ ବୋଲି ପ୍ରକାଶ କରିଥିଲେ । ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଭ୍ରମଣ ମାଧ୍ୟମରେ ପ୍ରଜ୍ଞା ଓ ବ୍ୟକ୍ତିତ୍ୱର ଅଭିବୃଦ୍ଧି ଘଟିଥାଏ । ନିଜକୁ ପ୍ରସାରିତ କରିବାରେ ଜୀବନର ସାର୍ଥକତା ରହିଛି । ସାରା ବିଶ୍ୱକୁ କୁଟୁମ୍ବ ବୋଲି ଗ୍ରହଣ କରିବା ହେଉଛି ଭାରତୀୟ ତତ୍ତ୍ୱ ଓ ଦର୍ଶନ । ବିଭିନ୍ନତା ମଧ୍ୟର ଏକତା ଭାରତର ସଂପଦ ଓ ସୌନ୍ଦର୍ଯ୍ୟ । ଅନେକ ଭାଷା ଥିଲେ, ମଧ୍ୟ ଭାବ ଗୋଟିଏ ଯାହା ହେଉଛି ଭାରତୀୟତା । ଏହି ଭାବବୋଧକୁ ପ୍ରସାରିତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁ ସୂଦନ ପାଢ଼ୀ ଓ ଆଇଟିବିପିର ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । 

 

Leave A Reply

Your email address will not be published.