ରାହାମା ଠାରେ ଓଡିଶା ସାମ୍ବାଦିକ ସଂଘ ର ଜିଲ୍ଲାସ୍ତରୀୟ ବୈଠକ ଓ କର୍ମକର୍ତ୍ତା ଚୟନ

0

ତିର୍ତ୍ତୋଲ(ରମେଶ ମହାନ୍ତି)

ରାହାମା ବଜାର ନିକଟସ୍ଥ ହରିପୁର ଠାରେ ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ସହିତ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁର୍ବତନ ଜିଲ୍ଲା ସଭାପତି ସୁଶିଲ କୁମାର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘର ସଭାପତି ପ୍ରଭାତ ଦାଶ ଓ କଟକ ଜିଲ୍ଲା ସଭାପତି ରମଣୀ ରଞ୍ଜନ ଦାସ ଯୋଗଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।ପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ଜଗତସିଂହପୁର ଜିଲ୍ଲା ଶାଖାର ନୂତନ ସଭାପତି ଭାବେ ସୁନାକର ବେହେରା ସାଧାରଣ ସଂପାଦକ ଦୁର୍ଯ୍ୟୋଧନ ମହାରଣା,କାର୍ଯ୍ୟକାରୀ ସଭାପତି ପ୍ରଚେତ ଚେତନ ମହାନ୍ତି ଓ କୋଷାଧ୍ୟକ୍ଷ ଭାବେ କର୍ମେଶ୍ୱର ସ୍ୱାଇଁ ଙ୍କୁ ଚୟନ କରାଯାଇଥିଲା। ଏହି ବୈଠକରେ ସାମ୍ବାଦିକ ଅଶ୍ୱିନୀ ସାହୁ,ତନ୍ମୟ ପଣ୍ଡା,ରମେଶ ମହାନ୍ତି,ଅମରଜ୍ୱତି ସାହୁ,ନିରାକାର ପରିଡା,ପ୍ରମୋଦ ଦାସ,ଟୁକନ ସେଠୀ,ଜୟନ୍ତ ପରିଜା,ଶରତ ଦାସ,ଅଜିତ ଦାସ,ଅରୁଣ ପାଣି,ବିଜୟ ସ୍ୱାଇଁ,ସମିର ମହାନ୍ତି,କୃଷ୍ଣ ଚନ୍ଦ୍ର ପୃଷ୍ଟି,ଶିଦ୍ଧର୍ଥ ଶଙ୍କର ସ୍ୱାଇଁ,ମାନସ ରଞ୍ଜନ ମହାନ୍ତି,ଶ୍ରୀକାନ୍ତ ଦାସ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.