୪ର୍ଥ ବାଟାଲିଅନ ସିଆରପିଏଫ ତରଫରୁ ମାଗଣା ଚକ୍ଷୁ ଚିକତ୍ସା ଶିବିର ଆୟୋଜିତ 

0

ରାୟଗଡ଼ାରୁ ସରୋଜ କୁମାର ସାହୁ

ସ୍ଥାନୀୟ ପିତାମହଲ ଠାରେ ଥିବା ଏଲ ଭି ପ୍ରସାଦ ଚକ୍ଷୁ ଚିକତ୍ସା ଅନୁଷ୍ଠାନରେ ୪ର୍ଥ ବାଟାଲିଅନ ସିଆରପିଏଫ ତରଫରୁ ଏକ ମାଗଣା ଚକ୍ଷୁ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରକୁ ସିଆରପିଏଫ ଡିଆଇଜିପି ଶ୍ରୀ ଏସ୍. ଡି. ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ରୋଗୀମାନଙ୍କୁ ମାଗଣାରେ ଚଷମା ବଣ୍ଟନ କରିବା ସହ ଏହି ଭଳି ଜନହିତକର କାର୍ଯ୍ୟକ୍ରମ ମାନ ସିଆରପିଏଫ ଦ୍ୱାରା ଏହି ଅଞ୍ଚଳରେ ଚାଲୁ ରହିବ ବୋଲି ସେ ପ୍ରକାଶ କରିଥିଲେ । ଗତ ତା. ୨୪/୧୧/୨୦୧୮ ରିଖ ଦିନ ହୋଇଥିବା ଶିବିରରେ ୧୬୮ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ତା ମଧ୍ୟରୁ ୭୭ ଜଣ ରୋଗୀଙ୍କ ଚକ୍ଷୁ ସମସ୍ୟା ଥିବା ଚିନଟ କରାଯାଇଥିଲା । ଆଜି ସେମାନଙ୍କୁ ଉକ୍ତ ଶିବିରରେ ଚିକତ୍ସା କରାଯାଇ ମାଗଣାରେ ଚଷମା, ଔଷଧ ଓ ଫଳ ବଣ୍ଟନ କରଯାଇଥିଲା । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ୱାଇ କେ ରାଜପୂତ କମାଣ୍ଡାଣ୍ଟ, ଏସ୍ କେ ଠାକୁର ସେକେଣ୍ଡ ଇନ କମାଣ୍ଡାଣ୍ଟ, ଶ୍ରୀମତୀ ମିତୁ ରଏ ସେକେଣ୍ଡ ଇନ କମାଣ୍ଡାଣ୍ଟ, ଚକ୍ଷୁ ବିଶେଷଜ୍ଞ ଡା. ପ୍ରଣୟ ସିନ୍ଧେ, ଦିନେଶ କୁମାର, ଦେବାଶିଷ ଲେଙ୍କା, କୁଲଦୀପ ସିଂ ଆଶିଷ୍ଟାଣ୍ଟ କମାଣ୍ଡାଣ୍ଟ, ଏସ୍ କେ ପଣ୍ଡା ଓ ଏସ୍ କେ ମହାନ୍ତି ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.