ସେଣ୍ଟମେରୀ ସ୍କୁଲର ୫୨ତମ ବାର୍ଷିକ ଉତ୍ସବ

0

ବଡ଼ବିଲ(ଚିତ୍ତ ରଞ୍ଜନ କର)

ବଡ଼ବିଲ ସ୍ଥିତ ସେଣ୍ଟମେରୀ ବିଦ୍ୟାଳୟର ୫୨ତମ ବାର୍ଷିକ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଉଦଯାପନ ଦିବସରେ ବାଲେଶ୍ୱର ଡ଼ାଇଓସିସର ବିଶପ ଡ଼ଃ ସାଇମନ କାଇପୁରମ ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବିଡ଼ିଓ ମିସ ନୁପୁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଓ ସେଣ୍ଟମେରୀ ସ୍କୁଲର ପ୍ରିନ୍ସିପାଲ ସିଷ୍ଟର ଜସ ମେରିଆ ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ବିଭିନ୍ନ କାର୍ଯ୍ୟକ୍ରମ ବେଶ ମନଛୁଆଁ ହୋଇପାରିଥିଲା ଓ ଏହାକୁ ଉପଭୋଗ କରିବା ନିମନ୍ତେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ବେଶ ଭିଡ଼ ପରିଲିକ୍ଷିତ ହୋଇଥିଲା।

Leave A Reply

Your email address will not be published.