ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

0 2

ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା

ଭୁବନେଶ୍ଵର/ପୁରୀ (ଅନିମେଶ ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର Sum Ultimate Hospital କୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପୁରୀର ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଥିଲେ। ସେମାନଙ୍କର ଚିକିତ୍ସା ବ୍ୟବସ୍ଥାରେ ରହିଥିବା ମୁଖ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

Imageପୁରୀ ବାଣ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ତଦନ୍ତ କରିବେ।

ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପମୂଳକ ସହାୟତା ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଗତକାଲି ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ ଏହି ବାଣ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।

Imageବାସ୍ତବିକ ହୃଦୟ ବିଦାରକଥିଲା ପୁରୀର ବାଣ ବିସ୍ଫୋରଣ ଘଟଣା । ଭଉଁରିରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଛି ଏହି ଦୂର୍ଘଟଣା । ୫୦ରୁ ଅଧିକ ଲୋକ ବିସ୍ଫୋରଣରେ ପୋଡ଼ିଯାଇଥିବା କୁହାରାଉଥିବା ବେଳେ ୨୫ ଜଣଙ୍କୁ ପୁରୀ ତଥା ପୁରୀ ବାହାରକୁ ସ୍ଥାନାନ୍ତର କରାଯାଇଛି । ବାଣର ଝୁଲ ପଡ଼ି ଏକାବେଳେ ସବୁ ବାଣରେ ନିଆ ଲାଗିଥିବା କୁହାଯାଉଛି ।
Imageବୂଧବାର ଚାପଖେଳର ଶେଷ ଦିନ ଥିଲା । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ରାତି ଚାପ ଦେଖିବାକୁ ଆନନ୍ଦର ସହ ନରେନ୍ଦ୍ର ପୁଷ୍କରଣୀଠାରେ ଉପସ୍ଥିତ ଥିଲେ । ଚାପ ଚାଲୁଥିବା ସମୟରେ ଦେଖିବାକୁ ମିଳିଥିଲା ଏହି ବିସ୍ଫୋରଣ । ହୋହଲ୍ଲା ଓ ଚିତ୍କାରରେ ଫାଟି ପଡୁଥିଲା ନରେନ୍ଦ୍ରର ଦଶତୁଠ ପାଖ । ପୋଡ଼ିଯାଇଥିବା ଶ୍ରଦ୍ଧାଳୁଙ୍କ ମଧ୍ଯରେ ଅନେକ ଛୋଟପିଲା, ମହିଳା ଓ ପୁରୁଷ ଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ଯରେ ଅନେକ ସାମାଜିକ କର୍ମୀ ଓ ଅଗ୍ନିଶମ ବାହୀନୀ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଭଉଁରିରେ ବାଣ ଫୁଟାଇବାକୁ ଦେବୀଘାଟ ଠାରେ ବ୍ୟବସ୍ଥା କରାଯାଇଥିଲା । ବାଣ ଫୁଟିବା ସମୟରେ ଫୁଟୁଥିବା ବାଣରୁ ନିଆଁ ଝୁଲ ପାଖରେ ଥିବା ଅନ୍ଯ ବାଣ ଉପରେ ପଡିବାରୁ ସବୁ ବାଣ ଏକତ୍ର ଫୁଟିଥିଲା । ଯାହା ଫଳରେ ଏପରି ଦୁର୍ଘଟଣାଘଟିଥିବା କୁହାଯାଉଛି ।
ସେପଟେ ହସ୍ପିଟାଲର ଦୃଷ୍ୟ ମଧ୍ଯ କରୁଣ ଥିଲା । ଆତ୍ମିୟଙ୍କ କାନ୍ଦ ବୋବାଳି ଓ ଆହାତଙ୍କ ଚିତ୍କାରରେ ଫାଟି ପଡୁଥିଲା ମୁଖ୍ଯ ଚିକିତ୍ସାଳୟ । ରାତି ୧୦ଟା ପରେ କୌଣସି ଡାକ୍ତର ହସ୍ପିଟାଲରେ ନଥିବାରୁ ଚିକିତ୍ସା ଯୋଗାଇବାରେ ବିଳମ୍ବ ହୋଇଥିଲା । ହସ୍ପିଟାଲରେ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ଓ ବେଡ ପର୍ଯ୍ୟାପ୍ତ ପରିମାଣର ନଥିବାରୁ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା । ଘଟଣା ଅତି ସମ୍ବେଦନଶୀଳ ହୋଇଥିବାରୁ ପୋଡିଯାଇଥିବା ଲୋକଙ୍କ ଫଟୋ ଆମେ ଛାପି ପାରୁନାହୁଁ । ଆହାତଙ୍କ ମଧ୍ଯରୁ ୨୫ ଜଣ ଗୁରୁତରଙ୍କୁ ଭୂବନେଶ୍ବର ଓ କଟକ ସ୍ଥାନାନ୍ତର କରାଯାଇଛି । ଅନେକଙ୍କୁ ପୁରୀର କିଛି ଘରୋଇ ହସ୍ପିଟାଲକୁ ମଧ୍ଯ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । 

Leave A Reply

Your email address will not be published.