ନିଶ୍ଚିନ୍ତକୋଇଲିରେ ବିଜେଡ଼ି କର୍ମୀ ସମାବେଶ : ଯୋଡି ଶଙ୍ଖରେ ମୋହର ମାରି ଜିତାଇବାକୁ ଅନୁରୋଧ l

0 2

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ପଞ୍ଚାୟତ ଓଥକା ଗ୍ରାମରେ ବିଜୁ ଜନତା ଦଳର କର୍ମୀ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବତନ ସରପଞ୍ଚ କ୍ଷୀରୋଦ ପଣ୍ଡାଙ୍କ ସଭାପତିତ୍ବ ତଥା ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ନିଶ୍ଚିନ୍ତକୋଇଲିରେ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ଆଦର୍ଶ ହାଟ ନିର୍ମାଣ କରାଯାଇଥିଲାବେଳେ ଆରାଧ୍ୟ ବେଲେଶ୍ୱରୀଙ୍କର ନୂତନ ମନ୍ଦିର ନିର୍ମାଣ, ଗାଁ ଗହଳି ରାସ୍ତା ଓ ମୁଖ୍ୟ ରାସ୍ତା ଗୁଡ଼ିକର ଉନ୍ନତିକରଣ, ଆଲୋକୀକରଣ, କରାଯିବା ସହିତ ଶିକ୍ଷା ଓ ସାସ୍ଥ୍ୟ କ୍ଷେତ୍ରରେ ଅଦ୍ଭୁତପୂର୍ବ ବିକାଶ କରାଯାଇଛି । ଏଥର ନିର୍ବାଚନରେ ବିଧାୟକ ପ୍ରାର୍ଥୀ ତାଙ୍କ ପୁତ୍ର ଅଙ୍କିତ ପ୍ରତାପ ଜେନା ଏବଂ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି କୁ ଯୋଡ଼ି ଶଙ୍କ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇଲେ ପୁଣି ବିକାଶମୂଳକ କାର୍ଯ୍ୟର ତ୍ବରାନ୍ବିତ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ରବୀନ୍ଦ୍ର ସେଠୀ, ନାଏବ ସରପଞ୍ଚ ଜ୍ୟୋର୍ତିମୟୀ ସାଇଁ, ଯୁବନେତା ଅଶୋକ ବେହେରା, ପୁରସ୍ତମ ସାହୁ, ପ୍ରଶାନ୍ତ ପଣ୍ଡାଙ୍କ ସମେତ ହଜାର ହଜାର ସଂଖ୍ୟାରେ କର୍ମୀମାନେ ଯୋଗ ଦେଇ ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ସଂକଳ୍ପ ନେଇଥିଲେ ।

Leave A Reply

Your email address will not be published.