ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଝାରପୋଖରିଆସ୍ଥିତ ସ୍ୱସ୍ତି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଣାତ୍ମକ ଶିକ୍ଷାପାଇଁ ପୁଣି ଥରେ ଶୀର୍ଷସ୍ଥାନ ହାସଲ କରିଛି।ଚଳିତ ବର୍ଷ ସ୍ୱସ୍ତି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଅର୍ପିତା ବେହେରା ୬୦୦ ରୁ ୫୨୪ ୮୭% ୩୩ ନମ୍ବର ରଖି ବ୍ଲକର ଟପ୍ପର ହେବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି।ପ୍ରକାଶ ଥାଉକି ୨୦୧୫ ମସିହାରେ ମୟୁରଭଞ୍ଜର ସୀମାନ୍ତରେ ପ୍ରତିଷ୍ଠିତ ହେଇଥିବା ଏହି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅତୀତରେ ବହୁ ମେଧାବୀ ଛାତ୍ର ଛାତ୍ରୀ ସୃଷ୍ଟି କରିବାରେ ଅଦ୍ଵିତୀୟ ଭୂମିକା ନିର୍ବାହ କରିଛି।ସବୁବେଳେ ଗୁଣାତ୍ମକ ଶିକ୍ଷାଉପରେ ଗୁରୁତ୍ୱ ପ୍ରଦାନ ତଥା ଶିକ୍ଷାଦାନରେ ଶୂନ୍ୟ ସହନଶୀଳତା ହେଉଛି ଏହାର ସଫଳତାର ମୂଳ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଓ ପରିଚାଳନା କମିଟି ମୁଖ୍ୟ ଶ୍ରୀଯୁକ୍ତ ଅଜିତୋଷ ଘୋଷ ପ୍ରକାଶ କରିଛନ୍ତି। ଝାରପୋଖରିଆ ଅଞ୍ଚଳର ଏହି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ଲଗାତାର ତିନିବର୍ଷ ଧରି ସାରସକଣା ବ୍ଲକରେ ଶୀର୍ଷ ସ୍ଥାନ ସହିତ ଶତ ପ୍ରତିଶତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଆସୁଛନ୍ତି।ଛାତ୍ର ଛାତ୍ରୀମାନେ ଏହାର ଶ୍ରେୟ ବିଦ୍ୟାଳୟର ଅଧ୍ୟକ୍ଷ,ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ପରିଚାଳନା କମିଟି ମୁଖ୍ୟ ଅଜିତୋଷ ଘୋଷଙ୍କୁ ପ୍ରଦାନ କରିଛନ୍ତି।ସ୍ୱସ୍ତି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏ ସଫଳତାରେ ସ୍ଥାନୀୟ ଅଞ୍ଚଳରେ ଅଭିଭାବକ ଓ ଶିକ୍ଷାବିତ୍ ମାନଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି। ଏହି ଶିକ୍ଷାଦାନ ଅନୁଷ୍ଠାନ ଟି ଏବେ ସମସ୍ତ ଙ୍କ ଆଶା ଏବଂ ବିଶ୍ଵାସ ର କେନ୍ଦ୍ରବିନ୍ଦୁ ପାଲଟିଛି।
Sign in
Sign in
Recover your password.
A password will be e-mailed to you.