ଦୁର୍ବୃତ୍ତର ଦୈାରାତ୍ମ୍ୟ, ଚଳନ୍ତା ବସକୁ ପଥର ମାଡରେ ଯାତ୍ରୀଙ୍କ ମୁଣ୍ଡ ଫାଟିଲା

0 2

ଓଡ଼ଗାଁ୨୬।୫(ଶ୍ରୀକାନ୍ତ କୁମାର ମିଶ୍ର):ଶନିବାର ବିଳମ୍ବିତ ରାତିରେ ପଥର ମାଡ଼ରେ ଭୁବନେଶ୍ୱର ଠାରୁ ଭଞ୍ଜନଗର ଯାଉଥିବା ଏକ ଘରୋଇ ବସର ଯାତ୍ରୀ ଗୁରୁତର ଆହାତ ହୋଇପଡିବାରୁ ଓଡ଼ଗାଁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ହୋଇଥିଲା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।ଆହାତ ଜଣକ ପବିତ୍ର ଗୈାଡ। ସୂଚନା ଅନୁସାରେ ଓଡି୦୫ଏଏଚଜେଡ୍୬୯୬ ନମ୍ବର ବିଶିଷ୍ଟ ଘରୋଇ ବସ୍ ମାଆ ଭୁବନେଶ୍ୱର ଠାରୁ ଭଞ୍ଜନଗର ଯାଉଥିବାବେଳେ ସରଣକୁଳ ଥାନା ଅଞ୍ଚଳର କରଡ଼ା ସ୍କୁଲ ପାର୍ଶ୍ବରୁ ପଥର ମାଡ଼ ହୋଇଥିବାରୁ ବସର ଗ୍ଳାସ ଭାଙ୍ଗି ଯାତ୍ରୀଙ୍କ ମୁଣ୍ଡର ଡାହାଣ ପାର୍ଶ୍ଵରେ ବାଜିବାରୁ ତାଙ୍କର ମୁଣ୍ଡ ଫାଟିଯାଇଥିଲା। ବସଟି ଓଡ଼ଗାଁରେ ପହଞ୍ଚିବା ପରେ ଆହାଙ୍କୁ ଡାକ୍ତରଖାନା ନେଇ ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ତେବେ ଏସଂକ୍ରାନ୍ତରେ ଖବର ନେବାରେ ଜଣାଯାଏ ସେହି ଶନିବାର ବିଳମ୍ବିତ ରାତିରେ ଆସୁଥିବା ଆମ୍ବୁଲାନ୍ସ, କାର ଓ ଏକ ହାଇୱା ଟ୍ରକକୁ ମଧ୍ୟ ପଥର ମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି। ଶନିବାର ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଳକ ଅନ୍ତର୍ଗତ ରଣପୁର ଓ ନୟାଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଳମ୍ବରେ ଭୋଟଗ୍ରହଣ ସରିଥିବା ଭୋଟ କେନ୍ଦ୍ର ମାନଙ୍କରୁ ପୁଲିଙ୍ଗ ପାର୍ଟି ନୟାଗଡ଼ ଫେରୁଥିବା ବେଳେ ଦୁର୍ବୁତ୍ତ କାହାରିକୁ ଲକ୍ଷ୍ୟ ରଖି ପଥର ମାଡ଼ କରୁଥିଲା ନା ତା’ର ଅନ୍ୟ କୈାଣସି ଦୂରଭିଷନ୍ଧି ରହିଥିଲା। ଏବଂ ସେ କେବଳ ଶନିବାର ରାତିରେ ପଥର ମାଡ଼ କରୁଥିଲା ନା ଅନ୍ୟ ରାତି ମାନଙ୍କରେ ପଥର ମାଡ଼ କରୁଥିଲା ତାହା ତଦନ୍ତ ହେଲେ ଜଣାପଡ଼ିବ। ଏହି ରାଜ୍ୟ ରାଜପଥର ପ୍ରତିଦିନ ରାତିରେ ବହୁ ଯାତ୍ରୀବାହୀ ବସ୍ ସହିତ ଅନ୍ୟ ୪ ଚକିଆ ଓ ଦୁଇ ଚକିଆ ମୋଟର ଯାନ ବାହାନ ଯାତାୟାତ କରୁଥିବାରୁ ବିଭାଗୀୟ କର୍ତ୍ତୁପକ୍ଷ ଏଥି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.