ମାଟ୍ରିକ ପରୀକ୍ଷାଫଳ ପ୍ରକାଶ, ପାସ୍ ହାର ଶତକଡ଼ା ୯୮.୪୪,

0 2

ସତ୍ୟଧର୍ମ ଓଡ଼ଗାଁ ବ୍ଳକ ଟପ୍ପର,୧୧ ଜଣ ଏ ୱାନ୍

ଓଡ଼ଗାଁ ୨୬।୫(ଶ୍ରୀକାନ୍ତ କୁମାର ମିଶ୍ର): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଘୁନାଥ ବିଦ୍ୟାପୀଠ ଓଡ଼ଗାଁର ସତ୍ୟଧର୍ମ ସାହୁ ୫୫୩ ନମ୍ବର ରଖି ବ୍ଳକ୍ ଟପ୍ପର ହୋଇଥିବା ବେଳେ ଏହି ବିଦ୍ୟାଳୟର ବିଶ୍ବଜିତ ନାୟକ ୫୫୨ ଓ କେଏସବି ପବ୍ଲିକ ସ୍କୁଲର ସ୍ୱାଗତିକା ସାହୁ ୫୫୨ ଯୁଗ୍ମ ଭାବେ ୨ୟ ସ୍ଥାନ ଏବଂ ରଘୁନାଥ ବିଦ୍ୟାପୀଠ ଓଡ଼ଗାଁର ହୃଷିକେଶ ବେହେରା ୫୪୮ ନମ୍ବର ରଖି ବ୍ଳକରେ ୩ୟ ସ୍ଥାନ ହାସଲ କରିଥିବା ଜଣାଯାଇଛି।କେଏସବି ପବ୍ଲିକ ସ୍କୁଲର ପ୍ରିୟଙ୍କା ବସନ୍ତିଆ,ସୋଲପଟା ନୋଡାଲ ହାଇସ୍କୁଲର ପ୍ରହ୍ଲାଦ ପ୍ରଧାନ,କୁରାଳ ନୋଡାଲ ହାଇସ୍କୁଲର ତ୍ରିଲୋଚନ ଜେନା, ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଗାଁର ସନ୍ତୋଷିନୀ ଜେନା ଓ ଅନୁଷ୍କା ପାଢ଼ୀ, ଦଧିବାମନ ହାଇସ୍କୁଲ ଶିଖରପୁରର ପୂଜା ପାତ୍ର ଓ ତୁଳସୀ ପରିଡ଼ା ମୋଟ ୧୧ ଜଣ ଛାତ୍ର ଛାତ୍ରୀ ଏ ୱାନ୍ ଅର୍ଥାତ୍ ଶତକଡା ୯୦ କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। ତେବେ ଓଡ଼ଗାଁ ବ୍ଳକର ୪୧ ହାଇସ୍କୁଲର ୧୮୫୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୩୦ ଜଣ ଯଥା ଏଟୁରେ ୬୦ ଜଣ,ବିୱାନରେ ୧୨୫ ଜଣ,ବିଟୁରେ ୧୯୨ ଜଣ,ସିରେ ୪୯୩ ଜଣ, ଡିରେ ୪୯୦ ଜଣ ଏବଂ ଇ ଗ୍ରେଡରେ ୩୩୧ ଜଣ ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି।ମୋଟ ପାଶ ହାର ଶତକଡ଼ା ୯୮.୪୪ ରହିଛି।

Leave A Reply

Your email address will not be published.