ବୁହାଳୋ ପଞ୍ଚାୟତରେ ବିଶାଳ ବିଜେଡ଼ି କର୍ମୀ ସମାବେଶ:

2

ବିରୋଧିଙ୍କ ପ୍ରଲୋଭନରେ ନପଡି ପଞ୍ଚାୟତର ଉନ୍ନତି ପାଇଁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ ଆହ୍ୱାନ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ପଞ୍ଚାୟତ ସ୍ତରୀୟ ବିଶାଳ ବିଜେଡ଼ି କର୍ମୀ ସମାବେଶ ଅନୁଷ୍ଠିତ ହୋଇଛି l ସରପଞ୍ଚ ରମାକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଏଥିରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ଏଥର ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ଏକ ଇତିହାସ ରଚିବାକୁ ଯାଉଛନ୍ତି ଯାହାକି ଆମ ସମସ୍ତ ଓଡିଶାବାସୀଙ୍କ ପାଇଁ ଗର୍ବ ଏବଂ ଗୌରବ l ଏପରିକି ବୁହାଳ ପଞ୍ଚାୟତକୁ ବିକାଶ ଦିଗରେ ଅଗ୍ରଗତି କରିବାକୁ ହେଲେ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଯୋଡ଼ି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ସହିତ ପଞ୍ଚାୟତ ବାସୀଙ୍କର ସହ‌ଯୋଗ ଓ ଆର୍ଶିବାଦ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ପୂର୍ବତନ ସରପଞ୍ଚ ମାୟାଧର ପରିଡା, ଆଶିଷ ସାହୁଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ବୁହାଳ ପଞ୍ଚାୟତବାସୀ ଯୋଗଦାନ କରି ସୂଚେଇ ଦେଇଥିଲେ କି ବିଜେଡି ବୁହାଳ ପଞ୍ଚାୟତରେ ବହୁ ସଂଖ୍ୟା ଭୋଟରେ ବିଜୟ ଲାଭ କରିବାକୁ ଯାଉଛି l

Leave A Reply

Your email address will not be published.