ଭୁବନେଶ୍ୱର/୨୪ ।୫: କିଟ୍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଶରଣଜିତ ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି। କୁଳପତି ଚୟନ ନିମନ୍ତେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୁଳପତି ଚୟନ ପାଇଁ ବିଭିନ୍ନ ପ୍ରକ୍ରିୟା ଅନୁସରଣ ସହ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଫେସର ସିଂହଙ୍କ ନାମ କୁଳାଧିପତି ଅଶୋକ ପରିଜାଙ୍କ ନିକଟକୁ ପଠାଯାଇଥିଲା। ଶିକ୍ଷାଦାନ ଓ ପ୍ରଶାସନିକ ଅଭିଜ୍ଞତା ସମେତ ଅନ୍ୟାନ୍ୟ ଦିଗକୁ ବିଚାରକୁ ନେଇ କୁଳାଧିପତି ଶ୍ରୀ ପରିଜା ପ୍ରଫେସର ସିଂହଙ୍କୁ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଥିଲେ। ପ୍ରଫେସର ସିଂହ ହେଉଛନ୍ତି କିଟ୍ ବିଶ୍ୱବିଦ୍ୟାଳୟର ୧୧ତମ କୁଳପତି । କିଟ୍ ବିଶ୍ୱବିଦ୍ୟାଳୟ ଆରମ୍ଭରୁ ଏହାର କୁଳପତି ଭାବେ ବହୁ ବିଶିଷ୍ଟ ଶିକ୍ଷାବିତ୍ ଓ ବୈଜ୍ଞାନିକ କାର୍ଯ୍ୟ କରିଛନ୍ତି। ଏଥିରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଫେସର ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଫେସର ଶରଣଜିତ୍ ସିଂହଙ୍କ ନେତୃତ୍ୱରେ କିଟ୍ ବିଶ୍ୱବିଦ୍ୟାଳୟ ଆଗକୁ ଆହୁରି ସଫଳତା ହାସଲ କରିବ ବୋଲି ଶ୍ରୀ ସାମନ୍ତ ଆଶା ବ୍ୟକ୍ତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post