ଭୁବନେଶ୍ୱର, ତା.୨୪/୦୫: ଗତକାଲି ଓଡିଶାର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ବନ୍ଧକ ଅଛନ୍ତି ଏବଂ ତାଙ୍କୁ ମୁକ୍ତ କରିବାକୁ ଚିଠି ଲେଖିଥିଲା ବିଜେପି । ବିଜୁ ଜନତା ଦଳକୁ ମୁଖ୍ୟମନ୍ତ୍ରୀଙ୍କ ବନ୍ଧକ ନେଇ ପ୍ରଶ୍ନ ପଚରାଯାଇଥିଲା । କିନ୍ତୁ ଉତରରେ ସେମାନେ ସ୍ୱାସ୍ଥ୍ୟ ସମ୍ପର୍କରେ କହିଗଲେ ବିଜେଡି ନେତା । ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବାବେଳେ ତାଙ୍କ ପଛରୁ ସେହି ଗୁମାସ୍ତା ପାଣ୍ଡିଆନ ଜଗୁଥିବାର ଭିଡିଓ ଗଣମାଧ୍ୟମରେ ପ୍ରସାର ହୋଇଛି । ତାହାଲେ ସେ ମୁକ୍ତ ହେଲେ କେମିତି? ମୁଖ୍ୟମନ୍ତ୍ରୀ ଶେଷଥର ପାଇଁ ମୁଖ୍ୟଶାସନ ସଚିବଙ୍କ ସହ “ୱାନ ଟୁ ୱାନ” କେବେ କଥା ହୋଇଥିଲେ ତାହା ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି । ସାଧାରଣରେ ଦେଖୁଛୁ ଜଣେ ତାଙ୍କ ପାଇଁ ମାଇକ ଧରି ଠିଆ ହେଉଛନ୍ତି । ଏକାକୀ ମୁଖ୍ୟମନ୍ତ୍ରୀଙ୍କୁ ୧ଘଂଟା ପାଇଁ ସାଧାରଣ ଜନତାଙ୍କ ପାଖରେ ଛଡାଯାଉ ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଦାବି କରିଛନ୍ତି ।
ପାଣ୍ଡିଆନ ଓ ତାଙ୍କ ଗୋଷ୍ଠୀରେ ଥିବା କିଛି ଅଣଓଡ଼ିଆ ଅଧିକାରୀମାନେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ରୂପେ କବଜା କରି ରଖିଛନ୍ତି । ପ୍ରୋଟକଲ ଅନୁଯାୟୀ ତାଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମଧ୍ୟ ଚର୍ଚ୍ଚା କରିପାରୁଛନ୍ତି କି ନାହିଁ, ସେନେଇ ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି? ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କ’ଣ ତାହା ଜାଣିବାର ଅଧିକାର ସମସ୍ତ ଓଡିଶାବାସୀଙ୍କର ଅଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନରୁ ମୁକ୍ତ କରିବାକୁ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ଶର୍ମା ।
Sign in
Sign in
Recover your password.
A password will be e-mailed to you.