ପଦ୍ମପୁର:- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ କେଛୋଦାଦର ଠାରେ ଷୋହଳ ପ୍ରହରି ନାମଯଜ୍ଞ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ଦିନ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଥିବାବେଳେ ଗୁରୁବାର ପୂର୍ଣ୍ଣାହୁତି ଦିନରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇ ପ୍ରଭୁଙ୍କ ଦର୍ଶନ କରିବା ସହ ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିଥିଲେ।ତାଙ୍କ ସହ ବ୍ଲକ ଯୁବ ସଭାପତି ଗୌତମ ସିଂ, ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ, ବ୍ଲକ ସଭାପତି ରାଜେନ୍ଦ୍ର ରାଉତ ଉପସ୍ଥିତ ଥିଲେ।ବିଭିନ୍ନ ଗ୍ରାମାଞ୍ଚଳ ଓ ସହରରୁ ଆସୁଥିବା ଭଗବତ ପ୍ରେମୀ ମାନଙ୍କ ପାଇଁ ଆୟୋଜକ ମାନେ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି।ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଛି।
Sign in
Sign in
Recover your password.
A password will be e-mailed to you.