ଦ୍ୱିତୀୟ ପର୍ଯ୍ୟାୟରେ ୩୦ଟି ବିଧାନସଭା ଆସନରେ ଜିତିବ ବିଜେଡି

3
  •  ବିଜେଡିକୁ ଭୋଟର ଭାଇ ଭଉଣୀଙ୍କ ବିପୁଳ ସମର୍ଥନ

  •  ମତଦାତାଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡି ମୁଖପାତ୍ର

  •  ଭୋଟବେଳେ ହିଂସାକାଣ୍ଡରେ ମାତିଲା ବିଜେପି


ଭୁବନେଶ୍ୱର : : ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଓଡିଶା ବିଜେପି ବ୍ୟାପକ ହିଂସାକାଣ୍ଡ ଘଟାଇଛି । ତେବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ବିପୁଳ ସମର୍ଥନ କରିଥିବାରୁ ଆସ୍କା, କନ୍ଧମାଳ, ସୁନ୍ଦରଗଡ଼, ବରଗଡ଼ ଓ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ତଥା ସେମାନଙ୍କ ଭିତରେ ଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀମାନଙ୍କୁ ଆମେ ଧନ୍ୟବାଦ ଜଣାଉଛୁ କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ଡ.ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଏହି ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଆଶୀର୍ବାଦରେ ବିଜେଡି ୩୫ଟି ବିଧାୟକ ଆସନରୁ ୩୦ଟିରେ ବିଜୟୀ ହେବା ସହ ୨୦୧୯ ତୁଳନାରେ ସଂସଦୀୟ ଆସନରେ ଭଲ ପ୍ରଦର୍ଶନ କରୁଛି।
ଓଡ଼ିଶାର ଏହି ଦ୍ୱିତୀୟ ପର୍ଯ୍ୟାୟ ମତଦାନର ସମସ୍ତ ଭୋଟର ଭାଇ ଭଉଣୀଙ୍କୁ ଆଶୀର୍ବାଦ ଓ ନିରନ୍ତର ସମର୍ଥନ ପାଇଁ ଆମେ ପୁଣି ଥରେ ଧନ୍ୟବାଦ ଜଣାଉଛୁ ।

Leave A Reply

Your email address will not be published.